ନିର୍ବାଚନ ସାମଗ୍ରୀ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

0 2

ଭୁବନେଶ୍ୱର,:ଓଡ଼ିଶାରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ନିର୍ବାଚନ ସାମଗ୍ରୀ ନୋଡ଼ାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାଏକ ଓ ଶ୍ରୀ ମିହିର ମହାନ୍ତି ଏହି ସମୀକ୍ଷା କରିଥିଲୋ ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ନିର୍ବାଚନ ସାମଗ୍ରୀ ନୋଡ଼ାଲ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲୋ
ବୁଥସ୍ତରରେ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ସାମଗ୍ରୀ ଆବଶ୍ୟକ ହୋଇଥାଏା ସେହି ସମସ୍ତ ସାମଗ୍ରୀ ଯେପରି ରାଜ୍ୟର ସମସ୍ତ ବୁଥ୍ ପାଇଁ ଉପଯୁକ୍ତ ଭାବରେ ପ୍ରାପ୍ତ ହୋଇପାରିବ ସେସବୁ ବିଷୟରେ ସବିଶେଷ ସମୀକ୍ଷା ହୋଇଥିଲାା ଭୋଟିଙ୍ଗ୍ କମ୍ପାର୍ଟମେଣ୍ଟ, ବ୍ୟାକ୍ପେକ୍, ଏଲ୍ଇଡି ଲ୍ୟାମ୍ପ, ବାକ୍ସ, ଲୁହା ର୍ୟାକ୍, ଏକଜଷ୍ଟ ଫ୍ୟାନ୍, ସିଲ୍, କାଳି, କାର୍ବନ ପେପର, ଗୁଲିସୂତା, ପିନ୍, ମହମବତୀ, ଷ୍ଟାମ୍ପପ୍ୟାଡ୍ ଭଳି ବିଭିନ୍ନ ସାମଗ୍ରୀ ପ୍ରତିଟି ବୁଥ୍ରେ ବ୍ୟବହାର ହେବା ଜିଲ୍ଲାସ୍ତରରେ ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛିା ରାଜ୍ୟର ପ୍ରାୟ ଜିଲ୍ଲାମାନଙ୍କରେ ଅତିରିକ୍ତ ଜିଲ୍ଲାପାଳମାନେ ଏହି ନିର୍ବାଚନ ସାମଗ୍ରୀଗୁଡ଼ିକର ନୋଡ଼ାଲ ଅଧିକାରୀ ରୂପେ କାର୍ଯ୍ୟ କରୁଛନ୍ତିା ଆଜିର ଆଭାସୀ ବୈଠକରେ ଏହି ସମସ୍ତ ନିର୍ବାଚନ ସାମଗ୍ରୀ ବିଷୟରେ ବିଭିନ୍ନ ଜିଲ୍ଲାର ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲାା
ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏହି ସମସ୍ତ ସାମଗ୍ରୀର ବ୍ୟବହାର ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛିା ସମସ୍ତ ପି୍ରଜାଇଡିଂ ଅଫିସର ଓ ପୋଲିଂ ଅଫିସର ଏହି ନିର୍ବାଚନ ସାମଗ୍ରୀ ବିଷୟରେ ପ୍ରଶିକ୍ଷଣ ପ୍ରାପ୍ତ ହେବୋ ଏହା ଦ୍ୱାରା ସେମାନେ ବୁଥ୍ ସ୍ତରରେ ଏହି ସମସ୍ତ ସାମଗ୍ରୀର ସୁବ୍ୟବହାର କରିପାରିବୋ ଏହି ସମୀକ୍ଷା ବୈଠକରେ ସେହି ସମସ୍ତ ଦିଗ ଆଲୋଚନା ହୋଇଥିଲାା ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପେ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛିା ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ନୋଡ଼ାଲ ଅଫିସରମାନଙ୍କ ସହ ଏହି ସମସ୍ତ ବିଷୟରେ ସବିଶେଷ ଆଲୋଚନା କରିଥିଲୋ
ଏହି ଆଭାସୀ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲୋ

Leave A Reply

Your email address will not be published.