ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ମୋ ସ୍କୁଲ ଉତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ମୋ ସ୍କୁଲ ଉତ୍ସବ” ସଫଳତାର ସହ ଆୟୋଜିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ତତ୍ତ୍ବାବଧାନରେ ସଭା ପରିଚାଳିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷା ତଥା ଏହି ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରୀ ଶ୍ରୀମତୀ ନିର୍ମଳା ସେଠୀ ଯୋଗ ଦେଇ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ଆଲୋକପାତ କରିଥିଲେ। ଏତଦ୍‌ବ୍ୟତୀତ ଅନୁଷ୍ଠାନର ପୁରାତନ ଛାତ୍ରୀମାନେ ତଥା ଆଲୁମିନ୍ ସଦସ୍ୟା ଯୋଗ ଦେଇ ନିଜର ସ୍ମୃତି ଚାରଣ କରିବା ସହ ବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟାବଳୀ ବିଷୟରେ ଅଭିଭାଷଣ ଦେଇଥିଲେ।
ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ପରିଶ୍ରମ ଓ ଉଦ୍ୟମ ଯୋଗୁଁ ଛାତ୍ରୀ ମାନେ ଶିକ୍ଷା , ନୃତ୍ୟ , ସଙ୍ଗୀତ , ଚିତ୍ରକଳା , ବିଜ୍ଞାନ ପ୍ରକଳ୍ପ , ବକୃତା , କୁଇଜ୍ , ପ୍ରବନ୍ଧ ଆଦି କ୍ଷେତ୍ରରେ ଯେଉଁ କୃତିତ୍ୱ ହାସଲ କରିଛନ୍ତି ତାହା ସ୍ମାର୍ଟ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ଓ ସମସ୍ତ ସଦସ୍ୟାଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଧନ୍ୟବାଦ ଜ୍ଞାପନ ପତ୍ର ପଠନ ସହ ବଣ୍ଟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ବୃନ୍ଦ , ଅଣକମଚାରୀବୃନ୍ଦ ଓ ପୁରାତନ ଛାତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିଶେଷରେ ସଭାପତି ଡି. ପ୍ରିୟଙ୍କା ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.