ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଠାରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ ପ୍ରତାପ ଜେନା l

0 2

 (ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମରେ ଦେଢ ଲକ୍ଷ ବିଶିଷ୍ଟ ଉଚ୍ଚ ପାଣି ଟାଙ୍କି ଉଦ୍‌ଘାଟିତ ହୋଇଯାଇଛି । ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଏହି ପ୍ରକଳ୍ପ ଉଦଘାଟନ ଦ୍ୱାରା ଏହି ଅଞ୍ଚଳର ବହୁ ଜନସାଧାରଣ ଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା,ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ୟୋତିରଂଜନ ଦାସ,ସମିତିସଭ୍ୟ ପ୍ରଦୋଷ ସାହୁ, ବରିଷ୍ଠ ମୁରବୀ ରାମଚନ୍ଦ୍ର ସାହୁ, ମହିଳା ବିଜେଡି ସଭାପତି ଅମ୍ରିତା ସିଂହ, ପୂର୍ବତନ ଜିଲ୍ଲାପରିଷଦ ବିନୋଦ ସାମଲ, ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଛାତ୍ର ନେତା ପ୍ରିୟବ୍ରତ ସାହୁ, ସମାଜସେବୀ ଜ୍ୟୋତିପ୍ରକାଶ ସାଇଁ, ଯୁବନେତା ମନୋଜ ସେଠୀ,ପ୍ରମୋଦ ସାଇଁ,ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମୁରବୀ,ମହିଳା ଏବଂ ବିଜୁ ଜନତା କର୍ମୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.