କୃଷି କ୍ଷେତ୍ରରେ ଉନ୍ନତ ଯନ୍ତ୍ରପାତି ବ୍ୟବହାର କୁ ଗୁରୁତ୍ଵ: ଅଚ୍ୟୁତଦାସପୁରରେ କୃଷକ ମେଳା,କୃଷି ଯନ୍ତ୍ରପାତିର ପ୍ରଦର୍ଶନ
ଜଗତସିଂହପୁର: ଉନ୍ନତ କୃଷି ଯନ୍ତ୍ରପାତିର ଦିଗରେ ତଥା ବହୁଳ ବ୍ୟବହାର ଲାଗି କୃଷି ଯନ୍ତ୍ରପାତି ର ପଦର୍ଶନ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଜପା ପଞ୍ଚାୟତର ଅଚ୍ୟୁତଦାସପୁର ଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ତରଫରୁ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓ.ୟୁ.ଏ.ଟି)ର ଆନୁକୁଲ୍ୟରେ ଏକ ପ୍ରଦର୍ଶନୀ ମେଳା ଅୟୋଜିତ ହୋଇଥିଲା। ଏଥିର କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର କୃଷି ଯନ୍ତ୍ରପାତି ଓ ଶକ୍ତି ବିଭାଗର ପ୍ରଫେସର ଡଃ ସନ୍ତୋଷ କୁମାର ମହାନ୍ତି ଯୋଗଦାନ କରି ବିଭିନ୍ନ ପ୍ରକାର ଚାଷ କ୍ଷେତ୍ରରେ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀମାନେ କିପରି କମ୍ ପରିଶ୍ରମରେ ସୁରକ୍ଷିତ ଭାବେ ଚାଷ କାମ କରି ଉତ୍ପାଦନ ବୃଦ୍ଧି କରିପାରିବେ ସେ ନେଇ ପରାମର୍ଶ ଦେଇଥିଲେ। ଡଃ ଅଜୟ କୁମାର ଦାସ କୃଷି କାର୍ଯ୍ୟରେ ପ୍ରାଣୀ ସମ୍ପଦର ସଦୁପଯୋଗ ସହିତ ବିଭିନ୍ନ ପ୍ରାଣୀ ଚାଳିତ କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଡଃ ପ୍ରଦୀପ କୁମାର ବିଭିନ୍ନ ପ୍ରକାର ଟ୍ରାକ୍ଟର ପାୱାର ଚାଳିତ ଯନ୍ତ୍ରପାତି ବ୍ୟବହାର ଦ୍ଵାରା କିପରି ଆମର ଚାଷୀ ଭାଇମାନେ ଅଧିକ ଲାଭବାନ୍ ହୋଇପାରୁଛନ୍ତି ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ।ଡଃ ବିକ୍ରମ କେଶରୀ ପାଣି ଚାଷି ଭାଇ ଓ ଭଉଣୀ ମାନେ ଛତୁ ଚାଷ କରି ବଳକା ସମୟରେ କିପରି ଅଧିକା ରୋଜଗାର କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ।ଜଗତସିଂହପୁର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ଯ ଡଃ ଜୀବନଜିତ ସେନ୍ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କେନ୍ଦ୍ରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବୈଜ୍ଞାନିକ ଡଃ ଦ୍ୱାରିକା ମୋହନ ଦାସ,ରୋଗ ପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡା ଓ ଉଦ୍ଭିଦ ସ୍ୱାସ୍ଥ୍ୟ ପରୀକ୍ଷା ଗାରର ସହାୟିକା ବିଜୟନୀ ସାହୁ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ଏହି ଅବସରରେ ଅଞ୍ଚଳର ଶତାଧିକ ଚାଷୀ ଯୋଗଦାନ କରି କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ଦ୍ଵାରା ଆୟୋଜିତ କରି ଉନ୍ନତ ପ୍ରଣାଳୀରେ ମଞ୍ଜି ବୁଣା ଯନ୍ତ୍ର କାଦୁଅ କରିବା ଯନ୍ତ୍ର ତିନିଧାଡିଆ ଧାନ ରୁଆ ଯନ୍ତ୍ର ବିଭିନ୍ନ ପ୍ରକାର ଘାସ ବଛା ଯନ୍ତ୍ର ଆଦିକୁ ବୁଲି ଦେଖିଥିଲେ। ଅଚ୍ୟୁତଦାସପୁର ପଞ୍ଚାୟତ ର ସରପଞ୍ଚ ବିଦୁଲତା ରାଉତ ଏବଂ ସମିତି ସଭ୍ୟ ପ୍ରଦର୍ଶନରେ ଯୋଗ ଦେଇ ଚାଷୀ ଆନୁସାଙ୍ଗୀକ କୃଷିର ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତାପ ପରିଡା , କୈଳାଶ ଜୟସିଂହ ଏବଂ ନିରମଳା ସ୍ଵାଇଁ ସହଯୋଗ କରିଥଲେ।