ଜଗତସିଂହପୁର,ତା-୧୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି,ଭା. ପ୍ର .ସେ. ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ 247 ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ 235 ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ 12 ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ୍ କାର୍ଡ ସମସ୍ୟା ସମ୍ପର୍କୀୟ 15 ଟି, ଆବାସ ଯୋଜନା ସମ୍ପର୍କୀୟ 02 ଟି, ଜମିଜମା ସମସ୍ୟା ସମ୍ପର୍କୀୟ 136 ଟି, ଭତ୍ତା ପାଇବା ପାଇଁ 04 ଟି, ପୋଲିସ ସହାୟତା ପାଇବା ପାଇଁ 02ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ 01 ଟି, ରେଡ଼କ୍ରସ ପାଣ୍ଠି ରୁ ସହାୟତା ପାଇଁ 01 ଟି ଏବଂ ଅନ୍ୟାନ୍ୟ 24 ଟି ଅଭିଯୋଗର ଶୁଣାଣି କରାଯାଇଥିଲା। 50 ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା,,ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ରବିନାରାୟଣ ଜେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,କୁଜଙ୍ଗ ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ ,,ଅତିରିକ୍ତ ତହସିଲଦାର,କୁଜଙ୍ଗ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।