ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ପକ୍ଷରୁ ଅନ୍ତେବାସୀଙ୍କୁ କମଳ ବଣ୍ଟନ

0

ନବରଙ୍ଗପୁର/ଅଶୋକ ସାହୁ,ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ରେଡକ୍ରସ ଡଃ କମଳ ଲୋଚନ ମିଶ୍ରଙ୍କ କରକମଳରେ ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମ ଅନ୍ତେବାସୀ,ନବରଙ୍ଗପୁର ସ୍ଥିତ ଆଶାକିରଣ ଏବଂ ପଡାଲଗୁଡା ସ୍ଥିତ ଦିନଦୟାଲ ଉପାଧ୍ୟାୟ ଅନ୍ତେବାସୀ ଙ୍କୁ କମଳ ବଣ୍ଟନ କରାଯାଇଥିଲା l ପ୍ରକାଶ ଥାଉକି ରାଜ୍ଯ ରେଡକ୍ରସ ସୋସାଇଟି ପକ୍ଷରୁ ଦୁଇଶହ କମଳ ଗରିବ ଲୋକ ଙ୍କୁ ବଣ୍ଟନ କରିବା ପାଇଁ ନବରଙ୍ଗପୁର ଜିଲ୍ଲା କୁ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାୟକ, କନିଷ୍ଠ ରେଡକ୍ରସ ସମ୍ପାଦକ ପ୍ରଭାତ ପଟ୍ଟନାୟକ, ବି କମଳା କାନ୍ତ ରାଉତ, ପ୍ରକାଶିନୀ ଚୌଧୁରୀ, ଅନିନ୍ଦ୍ୟା ନନ୍ଦ, ତପସ୍ଵିନୀ ବେହେରା, ଅତିରିକ୍ତ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ନାରାୟଣ ପାଇକରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ନନ୍ଦାହାଣ୍ଡି ସମ୍ମନିତ ଶିଶୁ ବିକାଶ ଅଧିକାରୀ ସସ୍ମିତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଅଧ୍ୟକ୍ଷ ଆଶାକିରଣ ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀକାଳୀନ ବିଭାଗର ବରିଷ୍ଠ ସହାୟକ ତ୍ରିପତି ବାଲାଜୀ ସାହୁ ପରିଚାଳନା କରିଥିଲେ l

Leave A Reply

Your email address will not be published.