ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ -୨୦୨୪ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡାକ୍ତର ମୁର୍ମୁ , ମୁଖ୍ୟବକ୍ତା ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା , ବିଶିଷ୍ଟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା କର୍ମଶାଳାରେ ଯୋଗ ଦେଇ ସାଂପ୍ରତିକ ସମୟର ଓଡ଼ିଆ ଭାଷା ଓ ସାହିତ୍ୟ ସର୍ଜନା ସ୍ଵୀକୃତି ସମ୍ମାନ ସମ୍ପର୍କରେ ଆଲୋଚନା କରିଥିଲେ।
ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ହେବାପୂର୍ବରୁ ଏହାର ପୌରାଣିକ , ବ୍ୟାକରଣ ଗତ ଲକ୍ଷଣ ଏବଂ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଶତାଧିକ ଛାତ୍ର ଛାତ୍ରୀ କର୍ମଶାଳାରେ ଯୋଗଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ।
ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ଯୁଗେ ଯୁଗେ ଓଡ଼ିଆ ଅସ୍ମିତା କୁ ବଜାୟ ରଖିବାକୁ କହିଥିଲେ। ଶେଷରେ ପ୍ରଦୀପ କୁମାର ଜେନା ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.