ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

0

ସେମାନଙ୍କ ସହ ଯୋଗ ଦେଲେ ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ

ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀକୁମାର, ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀକୁମାର ଓ ଶ୍ରୀ ବଳବନ୍ତରାୟ କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁା ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସରପଞ୍ଚ ରୁକ୍ମୁଣୀ ବାନୁଆ, ନିରୂପମା ସେଠୀ, ଯମୁନା ନାୟକ, ଜୟରାମ ନାଗ, ଇଶାରାମ କୋଳଥିଆ, ଖୀତିରାମ ପାତ୍ର, ମାମିବାଗ, ମାଧବୀ ଧାରୁଆ ଅକ୍ଷୟ ନାୟକ, କୁରୁକ୍ଷେତ୍ର ବେହେରା, ବାସନ୍ତୀ ନାୟକ, କୁଞ୍ଜଲତା ନାୟକ, ପୁଷ୍ପାଞ୍ଜଳି ନାୟକ, ଗଜାନନ ପୂଝାରୀ, ଇଶାରାମସୁନାନି, ପଦ୍ମିନୀ ପାତ୍ର, ପଦ୍ମିନୀ ପୂଝାରୀ, ଯୋଗିନ୍ଦ୍ର ପଟ୍ଟନାୟକ, ନକୁଳ ନାୟକ, ଦେବୀସିଂହତାଣ୍ଡି, ହରିପ୍ରିୟା ନାଗ, ସମିତିସଭ୍ୟ ନର୍ତ୍ତକୀ ଦଣ୍ଡସେନା, ଗୁପ୍ତେଶ୍ୱରବାଗ, ଉମା ନାୟକ, ରାଜୀବଖମାରି, ଘନଶ୍ୟାମ ନାୟକ, ଅନୁସୂୟା ମାଝୀ, ନିତ୍ୟାନନ୍ଦ ପଣ୍ଡା , ନମିତାଚଣ୍ଡୀ, ଦେବେନ୍ଦ୍ର ଧାରୁଆ, ଅଞ୍ଜନା ଦୁର୍ଗା, ଶିବାନୀ ଗଇନ୍ତ, ଉଆଁସୀ ପାନ, ହେମକାନ୍ତ ପୂଝାରୀ, ଗଜାନନ ନିଆଳ, ରାଜୀବକୁମାର ଅଗ୍ରୱାଲ, ପ୍ରେମଲାଲଭୋଇ, ମୁକ୍ତେଶ୍ୱର ନାୟକ, ଶାମୁକା ନାୟକ, ଚିନ୍ତାମଣିଚଣ୍ଡୀ, ରୀତା ଅଗ୍ରୱାଲ, ବୈଦେହିବେଶ୍ରା, ପାର୍ବତୀବାଗ, ପୂର୍ବତନ ସମିତି ସଭ୍ୟ ମମତାରାଣୀ ଗୋପାଳ, ଭୁକଚାନ୍ଦ ବାଗ, କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣିମା ନାୟକ, ଧର୍ମଗଡ଼ ଜୋନ-୧ କଂଗ୍ରେସ ସଭାପତି ଅଜୟ ପୂଝାରୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଡାକେଲା ହଜାଲ, ଯୁବ କଂଗ୍ରେସ ଉପସଭାପତି ଜଗନ୍ନାଥ ସତନାମୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ସତନାମୀ, ଅବସରପ୍ରାପ୍ତ ସବ ଆସିଷ୍ଟାଣ୍ଟ ଜେଲର ପ୍ରମୋଦ ଚନ୍ଦ୍ର ହନ୍ସ, ସମାଜସେବୀ ଧର୍ମାନନ୍ଦ ଗୋପାଳ, କୃପାସିନ୍ଧୁ ଚଣ୍ଡୀ, ସୁଶିଳ ଜୈନ, ପୂର୍ବତନ ସରପଞ୍ଚ ଚର୍ତୁଭୁଜ ପଣ୍ଡା, ସରପଞ୍ଚ ସୂର୍ଯ୍ୟକାନ୍ତି ପଣ୍ଡା, କୋବିତାଜୈନ, ପଙ୍କଜଚୌଧୁରୀ, ରବୀନ୍ଦ୍ର ନାରାୟଣ ଦାସ, ଜିତେନ୍ଦ୍ରମାଝୀ, କାହ୍ନେଚରଣ ଦାସ, ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ହୋ ଇଥିଲୋ ଏହିମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲାସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ଼ ବିଧାୟକ ମୌସଧି ବାଘ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜି ବିଜେଡିରେ ଯୋଗ ଦେଇଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ |

Leave A Reply

Your email address will not be published.