ଉପକାରାଗାର ରୁ ବିଚାରଧୀନ ଅନ୍ତେବାସୀ ଫେରାର ଘଟଣା: 48 ଘଣ୍ଟା ପରେ ବି ପୋଲିସ ର ହାତ ଖାଲି…

0
  • ତିନୋଟି ସ୍ୱତନ୍ତ୍ର ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି

  • ପଶ୍ଚିମାଞ୍ଚଲ ଡ଼ିଆଇଜି ଙ୍କ ମାରାଥନ ତଦନ୍ତ

ଟିଟିଲାଗଡ଼.: ଟିଟିଲାଗଡ଼ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଜେଲ କାନ୍ଥ ଡେଇଁ ଫେରାର ହୋଇଥିବା ଦୁଇ ହତ୍ୟା ଅଭିଯୁକ୍ତ ଦୀର୍ଘ 48 ଘଣ୍ଟା ପରେ ବି ପୋଲିସ ର ହାତ ଖାଲି ରହିଛି l କେମିତି ଏବଂ କେଉଁ ପରିସ୍ଥିତି ରେ ଜେଲ ର 21 ଫୁଟ ଉଚ୍ଚ କାନ୍ଥ ବାଡ଼ ଡେଇ ଫେରାର ମାରିଲେ ତାହାକୁ ନେଇ ଏବେ ଚାଲିଛି ମାନସମନ୍ଥନ. ଘଟଣା କୁ ନେଇ ଜେଲ ର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ lସେପଟେ ଘଟଣା କୁ ଗମ୍ଭୀରତାର ସହ ନେଇ ପଶ୍ଚିମାଞ୍ଚଳ ଜେଲ ଡିଆଇଜି ଙ୍କ ମାରାଥନ ତଦନ୍ତ ଆରମ୍ଭ ହୋଇଛି l
ଟିଟିଲାଗଡ଼ ସହର ମଧ୍ୟ ଭାଗରେ ରହିଥିବା ଉପଖଣ୍ଡ ଉପକାରାଗାର ର କାନ୍ଥ ବାଡ଼ ସୁ ଉଚ୍ଚ ରହିଥିବା ବେଳେ ପଖାପାଖି 21 ଫୁଟ ହେବ ବୋଲି ପଶ୍ଚିମାଞ୍ଚଲ ଜେଲ ଡ଼ି ଆଇଜି କୁଳମଣି ବେହେରା ସନ୍ଦେହ ପ୍ରକଟ କରିଛନ୍ତି l ଚାରିଆଡେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ କେମିତି ସିସିଟିଭି ଫୁଟେଜ ସବୁ କୁ ଉଡେଇ ଦିଆଯାଇଛି ତାହାକୁ ନେଇ ମଧ୍ୟ ତାଯୁବ ହୋଇଛନ୍ତି ଜେଲ ଡିଆଇଜି l ଘଟଣାରେ ଜେଲ କର୍ମଚାରୀ ଙ୍କ ହାତ ଥିବା ସନ୍ଦେହ କରିବା ସହ ସମସ୍ତ ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀ ଙ୍କୁ ପ୍ରଦାନ କରିବା ସହ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି କୁଳମଣି ବେହେରା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ଡିଆଇଜି lସବୁ ସୁରକ୍ଷା ବ୍ୟବସ୍ଥା କୁ ଭେଦିଗଲେ ଦୁଇ ହତ୍ୟା ଅଭିଯୋଗ ରେ ବିଚାରଧୀନ ଅନ୍ତେବାସୀ ଭାବରେ ରହିଥିବା ଶୋଭାବନ ରଣା ଏବଂ ସୁମିତ ବିହାରୀ l ଗତ ଶନିବାର ରାତ୍ରି 8:30ମିନିଟରେ ରେ ଜେଲ ପାଚେରୀ ଡେଇଁ ଫେରାର ମାରିବାରେ ସଫଳ ହୋଇଛନ୍ତି ହତ୍ୟାକାରୀ l 21 ଫୁଟ ଉଚ୍ଚ ର ବାଡ଼ ଡେଇଁ ଚମ୍ପଟ ମାରିଲେ l ହେଲେ କେହି କେମିତି ଜାଣି ପାରିଲେ ନାହିଁ,ତାହା ସମସ୍ତଙ୍କୁ ଚକିତ କରିଛି l ଜେଲ ଭିତରେ ସୁରକ୍ଷା କର୍ମୀ ମାନେ ପଇତରା ମାରିଥାନ୍ତି l ପୁଣି ପ୍ରତି ସଂଧ୍ୟା 6 ଘଣ୍ଟା ରେଜେଲ ଭିତରେ ରୋଲ ବି ହୋଇଆସୁଅଛି l ଏମିତି ସ୍ଥଳରେ ଏତେ ବଡ଼ ବାଡ଼ ଡେଇଁ ଚମ୍ପଟ ମାରିବା ଘଟଣା ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି l ସିନ୍ଧେକେଲା ଥାନା ଅଞ୍ଚଳ ରେ ଦୁଇଜଣ ନିରୀହ ଶିଶୁ କୁ ତନ୍ତ୍ରମନ୍ତ୍ର ଗୁଣି ଗାରେଡି ଆଳରେ ବଳି ଦେଇଥିଲା ଶୋଭାବନ ରଣା l ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଦୁଇଜଣ ନିରୀହ ଶିଶୁ କୁ ବଳି ଦେଇଥିଲା ଅଭିଯୁକ୍ତ l ଅନ୍ୟ ଜଣେ ଫେରାର କଏଦୀ ସୁମିତ ବିହାରୀ ଟିଟିଲାଗଡ଼ ସହର ସିରଭଟା ପଡା ସ୍ଥିତ ନିଜ ସମ୍ପର୍କୀୟ ଭଣଜା କୁ ଅପହରଣ କରି ହତ୍ୟା କରି ପିଙ୍ଗିଦେଇଥିଲା l ଏହି ଦୁଇଜଣ ହତ୍ୟାକାରୀ କୁ କେମିତି ଜେଲ ଭିତରେ ଅନୁକମ୍ପା ପ୍ରଦର୍ଶନ କରାଯାଉଥିଲା ତାହା ଏବେ ଜେଲର କର୍ମଚାରୀ ମାନଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛି l ଆସାମୀ ଦୁଇଜଣ ଫେରାର ମାରିବାର 48 ଘଣ୍ଟା ପରେ ବି ପୋଲିସ ର ହାତ ଖାଲି ରହିଛି l ବଲାଙ୍ଗୀର ଏସ ପି ଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ପୋଲିସ ତିନୋଟି ଟିମ ଗଠନ କରି ବିଭିନ୍ନ ଜିଲ୍ଲା ତଥା ପଡୋଶୀ ରାଜ୍ୟ ର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି l
ଘଟଣା ର ଗୁରୁତ୍ୱ କୁ ଦେଖି ଆଜି ପଶ୍ଚିମାଞ୍ଚଲ ଜେଲ ଡିଆଇଜି କୁଳମଣି ବେହେରା ଉପକାରାଗାର କୁ ପହଂଚି ମାରାଥନ ତଦନ୍ତ ଆରମ୍ଭ କରିଛନ୍ତି l ଦୀର୍ଘ 6 ଘଣ୍ଟା ଧରି ତଦନ୍ତ କରିବା ସହ ଜେଲ ପରିସରର ଭିତର ବାହାର ଦୃଶ୍ୟ ସବୁ ଯାଇ ଦେଖିଥିଲେ l ଏମିତି କି ଜେଲ କର୍ମଚାରୀ ମାନଙ୍କୁ ପଚାରି ବୁଝିବା ସହ ସମସ୍ତ ଅନ୍ତେବାସୀ ମାନଙ୍କୁ ମଧ୍ୟ ତଦନ୍ତ ପରିସର ରେ ରଖି ବ୍ୟାପକ ପଚରାଉଚରା କରିଛନ୍ତି l ଦୁଇଜଣ ଅନ୍ତେବାସୀ ଫେରାର ଘଟଣା ରେ ଜେଲ କର୍ମଚାରୀ ଙ୍କ ସନ୍ଦେହ ଜନକ ଭୂମିକା ରହିଥିବା ନେଇ ଡ଼ିଆଇଜି କହିଛନ୍ତି l ବିନା ଜେଲ କର୍ମଚାରୀ ଙ୍କ ସହାୟତା ରେ ପାଚେରୀ ଡେଇ ଫେରାର ମାରିବା ସମ୍ଭବ ନୁହେଁ ବୋଲି ଜେଲ ଡିଆଇଜି କହିବା ଘଟଣା ଏବେ ଏକ ଚର୍ଚ୍ଚା ର ବିଷୟ ସାଜିଛି l ଜେଲ ଭିତରେ ନିର୍ମାଣ କାମ ଚାଲୁଥିବା ବେଳେ ଦୁଇ ଜଣ ହତ୍ୟା ଅଭିଯୁକ୍ତ ନିର୍ମାଣ ଧୀନ କାମରେ ବ୍ୟବହୃତ ସିଡ଼ି ବ୍ୟବହାର କରି ବାଡ଼ ଡେଇଥିବା ଅନୁମାନ କରାଯାଉଛି l 4 ନମ୍ବର ଗେଟ ଦେଇ କଏଦୀ ଫେରାର ମାରିଥିବା ବେଳେ ଜେଲ ଭିତର ର ସମସ୍ତ ସିସିଟିଭି କ୍ୟାମେରା ବି ବନ୍ଦ ରହିଥିଲା l ପୂର୍ବରୁ ଦୁଇଜଣ ଫେରାର ହତ୍ୟାକାରୀ ଜେଲ କର୍ମଚାରୀ ଙ୍କ ଘରେ ଏବଂ ଅଫିସରେ କାମ କରୁଥିଲେ l ସମସ୍ତ ଙ୍କ ବିଶ୍ୱାସ ର ପାତ୍ର ବି ସାଜିଥିଲେ l ପରେ ସିସିଟିଭି କ୍ୟାମେରା କୁ ବନ୍ଦ କରି ଦେଇ ଜେଲ ପାଚେରୀ ବା ବାଡ଼ ଦେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି l ଯାହା ଡିଆଇଜି ସମସ୍ତ ସିସିଟିଭି କ୍ୟାମେରା ଦେଖିଛନ୍ତି,ହେଲେ କୌଣସି ତଥ୍ୟ ନଥିବା କହିଛନ୍ତି l ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l କାର୍ଯ୍ୟ ରେ ଅବହେଳା କରିଥିବା ଯୋଗୁଁ ଜେଲ କର୍ମଚାରୀ ଙ୍କ ମୁଣ୍ଡ
ଗଡିବ ବୋଲି କହିଛନ୍ତି l ଘଟଣା ର ଗମ୍ଭୀରତା କୁ ନେଇ ବଲାଙ୍ଗୀର ଏସ ପି ଋଷିକେଶ ଖିଲାରୀ, ଟିଟିଲାଗଡ଼ ଏସ ଡ଼ି ପି ଓ ଅଙ୍କିତା କୁମ୍ଭାର, ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ ସାହୁ ପ୍ରମୁଖ ଜେଲ ବା ଉପକାରାଗାର କୁ ଯାଇ ଜେଲ ଡିଆଇଜି ଙ୍କ ସହ ଆଲୋଚନା କରିଛନ୍ତି l ତେବେ ଆଗକୁ ତଦନ୍ତ ରିପୋର୍ଟ ରେ କାହାର ମୁଣ୍ଡ ଗଡୁଛି ଏବଂ ଫେରାର ଦୁଇ ଅନ୍ତେବାସୀ ଙ୍କୁ ଠାବ କରିବାରେ ପୋଲିସ କେତେ ସଫଳ ହେବେ ତାହାରି ଉପରେ ଏବେ ସମସ୍ତ ଙ୍କ ନଜର ରହିଛି l

Leave A Reply

Your email address will not be published.