ଡ଼ଃ.ବାବା ସାହେବ ଭୀମ ରାଓ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

0

କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଳାମାଳ ଛକ ରେ ଆଜି କାଶୀପୁର ଆଦିବାସୀ ସମାଜ ଆନିକୁଲ୍ୟ ରେ ଭାରତରତ୍ନ ଡାକ୍ତର ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ବହୁ ଆଡମ୍ବର ରେ ଉନ୍ମଚନ କାର୍ଯ୍ୟକ୍ରମ ହେଇଯାଇଛି।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ସରସ୍ୱତୀ ମାଝି ,ସମାଜ ସେବୀ ସଦନ ମାଝି,ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝି , ଆମ୍ବେଦକରବାଦୀ ଭୀମ ଖିଲ ,ଆଦିବାସୀ ସମାଜ ସମ୍ପାଦକ ଗୋବିନ୍ଦ ମାଝୀ ପ୍ରମୁଖ ମଞ୍ଚସିନ ଥିଲେ । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ଯୁବଯୁବତୀ ପାରମ୍ପରିକ ବାଦ୍ୟ ସହ ନୃତ୍ୟ କରିଥିବା ବେଳେ ଶିକ୍ଷାବିତ ଶଙ୍କର ଦୁରିଆ ଡାକ୍ତର ଆମ୍ବେଦକର ଙ୍କର ଜୀବନୀ ଉପରେ ଉପସ୍ଥିତ ଶତାଧିକ ଆମ୍ବେଦକର ପ୍ରେମୀଙ୍କୁ ଆଲୋକପାତ କରିଥିଲେ ।

ପରବର୍ତ୍ତୀ ସମୟରେ ର ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଉନ୍ମଚନ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ରେ ହଜାରରୁ ଉର୍ଦ୍ଧ ଲୋକ ଙ୍କ ମଧ୍ୟରେ ସୁବାସ ନାଏକ, ଗଜେନ୍ଦ୍ର ନାଏକ, ରେଙ୍ଗୁ ନାଏକ, ଦୁଲ୍ଲୁବ ସାଉଁତା, ତ୍ରିନାଥ ମାଝି, ରାମନାଥ ମାଝି, ଜିଝୁରୁ ମାଝି, ବିସମ୍ବର ନାଏକ, ଯୋଗେଶ୍ୱର ତୁରୁକ , ଲାଲୁ ଦୁରିଆ, ସମନାଥ ଗରଡ଼ା , ଟଙ୍କଧର ମାଝି , ପରମେଶ୍ୱର ମାଝି ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.