ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ

0

ରାଉରକେଲା, (ବସନ୍ତ କୁମାର ଜେନା): ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା  ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ରବିବାର ସଂଧ୍ଯା ରେ ସପନ୍ନ ହୋଇ ଯାଇଛି।  ସମାପନ ସମାରୋହରେ ଜିଲ୍ଲା କୃଷି ଅଧିକାରୀ ରଲିଜିୟସ ବେକ ମୁଖ୍ଯ ଅତିଥି ଭାବରେ ଯୋଗ ଦାନ କରି ପ୍ରଦର୍ଶନୀ ବୁଲି ଦେଖି ଥିଲେ।
ଏହି ପ୍ରଦର୍ଶନୀ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଂଚଳିକ ପରିବହନ କାର୍ଯ୍ୟାଳୟ ରାଉରକେଲାକୁ ପ୍ରଥମ ପୁରସ୍କାର  ପ୍ରଦାନ କରାଯାଇଛି। ସେହିପରି ଶ୍ରୀ ବେକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ କୁ ଦ୍ବିତୀୟ ଓ ସହାୟକ ନିର୍ଦେଶକ ହସ୍ତଶିଳ୍ପ ବିଭାଗକୁ  ୩ୟ  ପୁରସ୍କାର ପ୍ରଦାନ କରିଥିଲେ।
       ଜିଲ୍ଲା ସୂଚନା ଓ ଲୋକ ସଂପର୍କ  ବିଭାଗ ଦ୍ବାରା ଅାୟୋଜିତ ଏହି ପ୍ରଦର୍ଶନୀରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଯଥା ଜିଲ୍ଲା କୃଷି ବିଭାଗ ଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ହସ୍ତଶିଳ୍ପ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରଦର୍ଶନୀ ଷ୍ଟଲ୍ କରାଯାଇ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏତଦ୍ ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ଆଂଚଳିକ ପରିବହନ ବିଭାଗ ସହ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ବିଭିନ୍ନ ସହାୟକ ଉପକରଣ ଓ ସମନ୍ଵିତ ଭୌତିକ ଚିକିତ୍ସା କେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ମଧ୍ୟ ଷ୍ଟଲ୍ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟ , ରାଜେଶ ଗାର୍ଗ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଉରକେଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ |

Leave A Reply

Your email address will not be published.