ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭା ଗୃହରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବଦଳି ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଜପୁର ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ସୂଚନା ଦେଇ କହିଥିଲେ ଯେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବଦଳି ଡେପୁଟି ଡାଇରେକ୍ଟର ଭାବେ ଓସେପା , ଭୁବନେଶ୍ୱରକୁ ହୋଇଯାଇଛି।
ସେ ଗଜପତି ଜିଲ୍ଲାରେ ଶିକ୍ଷା ଅଧିକାରୀ ଭାବରେ ୦୫ ନଭେମ୍ବର ୨୦୨୧ରେ ଯୋଗ ଦେଇ ଶିକ୍ଷା ବିଭାଗର ବିକାଶ ପାଇଁ ଯେଉ ସବୁ କାର୍ଯ୍ୟ କରିଛନ୍ତି ତାହା ଅତୁଲ ନିୟ। ୫-ଟି ରୂପାନ୍ତରଣ ମାଧ୍ୟମ ରେ ସମସ୍ତ ଉଚ୍ଚ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ , ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ କରିବାରେ ସଫଳ ହୋଇପାରିଛନ୍ତି। ତାଙ୍କର ଉଦାର , ନିଭିକ ଓ ଦୟାଳୁ ମନୋଭାବ ଶିକ୍ଷା ବିଭାଗକୁ ଏକ ଅନନ୍ୟ ପ୍ରେରଣାର ଉତ୍ସ ଅଟେ।
ଏହି ସଭାରେ ଜିଲ୍ଲାର ୭ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ୧୦୦ଜଣ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏସ୍ ଏସ୍ ଗଜପତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଭେଙ୍କଟେଶ୍ୱର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତିରୁମାଲା ରାଓ ପଟ୍ଟନାୟକ , ଏମ୍ ଡି ଏମ ପ୍ରୋଗ୍ରାମେର ଗୌରୀ ଶଙ୍କର ଚୌଧୁରୀ , ଓଷ୍ଟା ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି , ମହେନ୍ଦ୍ରିରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ ରବି କୁମାର , ଆଇପି ସୁରେନ୍ଦ୍ର ପାତ୍ର , ବଡ଼ବାବୁ ଗମିଲ୍ ରାଇତ ସିନିୟର୍ ଟି ସି ତିରୁପତି ପାତ୍ର , ଶିବ କୁମାର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଟି କିଶୋର ଗୋଷ୍ଠୀ ଶିକ୍ଷା ଅଧିକାରୀ , ଗୋଷାଣୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।

Leave A Reply

Your email address will not be published.