ପଦ୍ମପୁର :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ଏକ ସାଧାରଣ ବୈଠକ ସଭାପତି ଶ୍ରୀ ଭିକାରୀ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଡ଼ଃ ଭକ୍ତପୁରନ ସାହୁ ସମସ୍ତଙ୍କୁ ସ୍ଵାଗତ କରି ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ l ସଭାପତି ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଯୁଗ୍ମ ସମ୍ପାଦକ ଡ଼ଃ ବିରଞ୍ଚି ସାହୁ, ଆଇନ ପରାମର୍ଶଦାତା ରାଜ କିଶୋର ସାହୁ ଶୃଙ୍ଖଳା ଓ ଏକତା ବିଷୟରେ ଆଲୋଚନା କରିଥିଲେ l ସଂଯୁକ୍ତା ସାହୁ, ମନୋଜ ସାହୁ ଏବଂ ଭୋଜକୁମାରୀ ସାହୁ ଓ ଯୋଗେଶ୍ବର ସାହୁଙ୍କ ଙ୍କ ବିଭିନ୍ନ ପାରିବାରିକ ସମସ୍ୟା ଆଲୋଚନା କରି ତାର ସମାଧାନ କରାଯାଇଥିଲା l ଉକ୍ତ ବୈଠକରେ ମନୋରଞ୍ଜନ ସାହୁ, ବେଣୁଧର ସାହୁ, ବଲରାମ ସାହୁ ତୋଷବନ୍ତ ସାହୁ, ଉପସଭାପତି ମାର୍କଣ୍ଡ ସାହୁ, ଦୁଷ୍ମନ୍ତ ସାହୁ କନକ ସାହୁ, ସାତ୍ମିକ ସାହୁ, ତେଜବାଲି ସାହୁ, ସ୍ଵର୍ଣ୍ଣକାନ୍ତି ସାହୁ, ରାଜେନ୍ଦ୍ର ସାହୁ ଏବଂ ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ରାଜ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.