ଟିଡିପି ଓ ଜନସେନା ପାର୍ଟି ଆସନ ବୁଝାମଣା ଚୂଡ଼ାନ୍ତ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ଵ

0

ବୈଜୟନ୍ତ ପଣ୍ଡା ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତ 

ଭୁବନେଶ୍ବର, ୧୦।୦୩ – ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ଜନସେନା ପାର୍ଟି ଗତକାଲି ଏନଡିଏ ମେଣ୍ଟରେ ସାମିଲ ହେବା ପରେ, ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତ କରିଛନ୍ତି|

ଏଠାରେ ସୂଚନାଯୋଗ୍ୟ, ବିଜେପି- ଟିଡିପି- ଜନସେନା ପାର୍ଟିର ବରିଷ୍ଠ ନେତାଙ୍କ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପରେ ମେଣ୍ଟ ଚୂଡ଼ାନ୍ତ ହୋଇଥିଲା। କେନ୍ଦ୍ର ନେତୃବୃନ୍ଦ ଆସନ ବୁଝାମଣା ଚୁଡାନ୍ତ କରିବା ପାଇଁ ବୈଜୟନ୍ତ ପଣ୍ଡା ଏବଂ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଦାୟିତ୍ଵ ଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶ ଅନଯାୟୀ ଉଭୟ ନେତା ଆଜି ସକାଳେ ଆନ୍ଧ୍ର ପ୍ରଦେଶ ଗସ୍ତ କରିଛନ୍ତି। ଭିଜୟୱାଡ଼ା ଠାରେ ଚାଲି ଥିବା ବୈଠକରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଜନସେନା ପାର୍ଟି ମୁଖ୍ୟ ପୱନ୍ କଲ୍ୟାଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି। ଆସନ ବୁଝାମଣା ଚୁଡାନ୍ତ ହେବାପରେ ଖୁବଶିଘ୍ର ମିଳିତ ସାମ୍ୱାଦିକ ସମ୍ମିଳନୀରେ ସବୁ ଆସନ ନେଇ ତଥ୍ୟ ଜାରି ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.