ଭୁବନେଶ୍ୱର : ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ପ୍ରାଥମିକତା ଦେବା ପାଇଁ ପ୍ରେରଣା ଯୋଗାଇବା ପାଇଁ ଜେଏସପି ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ବଡବିଲରେ ଜେଏସପିର ପେଲେଟ୍ ପ୍ଳାଣ୍ଟ ରେ ଏକ ମିନି ମାରାଥନ୍ ‘ପେଲେଟ୍ ପ୍ଲାଣ୍ଟ ଷ୍ଟ୍ରିଡ୍’ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଉତ୍ସାହର ସହିତ ଯୋଗ ଦେଇଥିଲେ । ଜେଏସପି ଫାଉଣ୍ଡେସନ୍ ଦ୍ବାରା କାସିଆ ମାଇନ୍ସର ପାରିପାର୍ଶ୍ୱିକ ଗ୍ରାମର ୮୭ ଜଣଙ୍କ ମଧ୍ୟରେ ଚଷମା ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନ କାସିଆ (ଖ) ଗାଁରେ ଗରମ ଏବଂ ରନ୍ଧା ଖାଦ୍ୟ ମଧ୍ୟ ପ୍ରଦାନ କରା ଯାଇଥିଲା। ସେହିପରି ଦେଓଝର ଗ୍ରାମରେ ୨୦୦ରୁ ଅଧିକ ପିଲାମାନଙ୍କ ମଧ୍ୟରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପିଲା ମାନଙ୍କ ଶିକ୍ଷା ପାଇଁ ଗୋବର୍ଦ୍ଧନପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ଶ୍ରେଣୀଗୃହ ଉଦ୍ଘାଟନ କରାଯାଇଥିଲା ।
ଅନୁଗୁଲରେ ଏହି ଅବସରରେ ମିନି ମାରାଥନ୍, ଯୋଗ ଶିବିର ଏବଂ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରାଯାଇଥିଲା ।ଜିନ୍ଦଲ ଆଶାରେ ଦିବ୍ୟାଙ୍ଗ ଶିଶୁ, ଆଦୃତା ଶିଶୁ ଗୃହ ଏବଂ ଉତ୍କଳ ବାଳାଶ୍ରାମର ଅନ୍ତେବାସୀ ମନଙ୍କ ମଧ୍ୟରେ ଶ୍ରୀ ଜିନ୍ଦଲଙ୍କ ଜନ୍ମଦିନଙ୍କୁ ବିଶେଷ ଭାବରେ ପାଳନ କରାଯାଇଥିଲା । ଏକ ସ୍ଵତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଭାବରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ କାରାଗାରର ଅନ୍ତେବାସୀଙ୍କୁ ୱାଟର କୁଲର, ଇନଡୋର ପ୍ଲେ ସାମଗ୍ରୀ ଏବଂ ଫ୍ୟାନ ମଧ୍ୟ ଯୋଗାଇ ଦିଆଯାଇଥିଲା ।
ଜେଏସପିର ଭୁବନେଶ୍ୱର କାର୍ଯ୍ୟାଳୟରେ ଯୋଗ ତାଲିମ ଅଧିବେଶନ ଏବଂ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ୫୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । କଳିଙ୍ଗ ହସ୍ପିଟାଲ ସହଯୋଗରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ମୋଟ ୧୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବିଶେଷ ଆବଶ୍ୟକତା ଥିବା ୨୦୦ରୁ ଅଧିକ ପିଲାଙ୍କ ମଧ୍ୟରେ କମ୍ପାନୀ ପକ୍ଷରୁ ଖାଦ୍ୟସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା |
ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସଆର୍ ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ଏହି ଅବସରରେ କହିଥିଲେ ଯେ “ଶ୍ରୀ ନବୀନ ଜିନ୍ଦଲଙ୍କ ଦେଶ ପାଇଁ ଅବଦାନକୁ ପରବର୍ତ୍ତୀ ପିଢୀ ସର୍ବଦା ମନେରଖିବ । ତିନୋଟି ପୂର୍ବାଞ୍ଚଳ ରାଜ୍ୟରେ ଶିଳ୍ପ ଦ୍ବାରା ସମୃଦ୍ଧି, ଇସ୍ପାତ ତିଆରିରେ କୋଇଲା ଗ୍ୟାସିଫିକେସନ୍ ବ୍ୟବହାର, ସ୍ୱଚ୍ଛ ଏବଂ ସବୁଜ ଶକ୍ତିର ବ୍ୟବହାର ଅନ୍ୟ ଧାତୁ ଶିଳ୍ପ ପାଇଁ ଗୋଟିଏ ଗୋଟିଏ ମାନଦଣ୍ଡ ।“ ସାଂସଦ ଭାବରେ ଶ୍ରୀ ନବୀନ ଜିନ୍ଦଲଙ୍କ ଖାଦ୍ୟ ସୁରକ୍ଷା ପାଇଁ ବ୍ୟକ୍ତିଗତ ବିଲ୍ ଆଣିବା ଏବଂ ସଂସଦକୁ ଧୂମପାନ ମୁକ୍ତ କରିବାରେ ତାଙ୍କର ନେତୃତ୍ୱ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ସେ କହିଥିଲେ ।
“ଜଣେ ପୋଲୋ ଖେଳାଳୀ ତଥା ଶୁଟିଂ ଚାମ୍ପିଅନ୍ ଭାବରେ ଶ୍ରୀ ଜିନ୍ଦଲ ଅନେକ ରେକର୍ଡ ସ୍ଥାପନ କରିଛନ୍ତି। ଏବଂ ଭାରତୀୟ ନାଗରିକମାନଙ୍କୁ ପ୍ରତିଦିନ ଜାତୀୟ ପତାକା ଉଡ଼ାଇବା ପାଇଁ ତାଙ୍କର ଏକ ଦଶନ୍ଧି ଧରି ଚାଲିଥିବା ଆଇନଗତ ସଂଗ୍ରାମ ତାଙ୍କୁ ସମ୍ମାନିତ ଜାତୀୟ ବ୍ୟକ୍ତିତ୍ୱ କରିପାରିଛି ବୋଲି ଶ୍ରୀ ହୋତା କହିଥିଲେ ।
ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସର ବାର୍ତ୍ତା ପ୍ରସାର ପାଇଁ ଜେଏସପି ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ବଡବିଲରେ ଜେଏସପିର ପେଲେଟ୍ ପ୍ଳାଣ୍ଟ ରେ ଏକ ମିନି ମାରାଥନ୍ ‘ପେଲେଟ୍ ପ୍ଲାଣ୍ଟ ଷ୍ଟ୍ରିଡ୍’ ଆୟୋଜନ୍ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ । ଜେଏସପି ଫାଉଣ୍ଡେସନ୍ କାସିଆ ମାଇନ୍ସର ପାରିପାର୍ଶ୍ୱିକ ଗ୍ରାମର ୮୭ ଜଣଙ୍କ ମଧ୍ୟରେ ଚଷମା ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନ କାସିଆ (ଖା) ଗାଁରେ ଗରମ ଏବଂ ରନ୍ଧା ଖାଦ୍ୟ ମଧ୍ୟ ପ୍ରଦାନ କରା ଯାଇଥିଲା। ସେହିପରି ଦେଓଝର ଗ୍ରାମରେ ୨୦୦ରୁ ଅଧିକ ପିଲାମାନଙ୍କ ମଧ୍ୟରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ପିଲା ମାନଙ୍କ ଶିକ୍ଷା ପାଇଁ ଗୋବର୍ଦ୍ଧନପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ଶ୍ରେଣୀଗୃହ ଉଦ୍ଘାଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.