ଶ୍ରୀରଘୁନାଥଙ୍କ ପୀଠରେ ହରି-ହର ଭେଟ ଉତ୍ସବ ପାଳିତ

0

ଓଡଗାଁ, ୯।୩ (ଶ୍ରୀକାନ୍ତ କୁମାର ମିଶ୍ର) : ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ହରି-ହର ଭେଟ ଉତ୍ସବ ପାଳିତ ହୋଇଯାଇଛି । ଜାଗର ପରଦିନ ଏହି ଉତ୍ସବ ପାଳିତ ହେଉଥିବା ବେଳେ ପ୍ରଭୁ ଶ୍ରୀରଘୁନାଥ ମା’ ସୀତାଙ୍କ ସହିତ ଅନୁଜ ଲକ୍ଷ୍ମଣ ପାଟବସ୍ତ୍ର ଓ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥିବା ଦୃଶ୍ୟକୁ ଶ୍ରଦ୍ଧାଳୁମାନେ ଆଜି ଦର୍ଶନକରିବାର ସୈାଭାଗ୍ୟ ଅର୍ଜନ କରିଥିଲେ । ସନ୍ଧ୍ୟାରେ ପ୍ରଭୁ ରଘୁନାଥଙ୍କ ଦୈନ୍ୟଦିନ ନିତୀ ସମାପନ ପରେ ଶ୍ରୀରଘୁନାଥ (ହରି)ଙ୍କ ଚଳନ୍ତି ପ୍ରତିମା ଓ ମନ୍ଦିର ବେଢାରେ ପୂଜିତ ରାମେଶ୍ୱର ମହାଦେବ (ହର)ଙ୍କ ବିଜେ ପ୍ରତିମାଙ୍କୁ ଏକ ବିମାନରେ ଅଣାଯାଇ ସିଂହ ଦ୍ୱାର ନିକଟରେ ଭେଟ କରାଇ ଚାଳି ମଣ୍ଡପରେ ଭୋଗ ଓ ଆଳତି ଲାଗି କରାଯାଇଥିଲା । ପରେ ହରି ଓ ହରଙ୍କୁ ଦୁଇଟି ସ୍ୱତନ୍ତ୍ର ବିମାନରେ ବସାଇ ରୋଷଣୀ ଜାଳି ଆତାସବାଜି ଫୁଟାଇ ଥାଟ, ପାଟ୍ଟ, ପଟୁଆରରେ ନଗର ପରିକ୍ରମା କରାଯାଇଥିଲା । ସିଂହ ଦ୍ୱାର ପ୍ରବେଶ ପୂର୍ବରୁ ରତ୍ନବେଦୀରେ ଓ ଚଳନ୍ତି ପ୍ରତିମାଙ୍କ ନିକଟରେ ଏକା ସାଙ୍ଗରେ କର୍ପୁର ଆଳତୀ ଓ ମହାଆଳତୀ ଲାଗି ହୋଇଥିଲା । ଏହି ଅପୂର୍ବ ଦୁର୍ଶ୍ୟକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.