ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୯୮୪ ଟି ମାମଲା ଫଇସଲା l

0

ଭବାନୀପାଟଣା ତା : ୦୯ ୦୩ ୨୦୨୪ ରିଖ ଶନିବାର ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୪ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଶୁଭ ଗୌତମ ମିଶ୍ର ପ୍ରତ୍ୟକ୍ଷ ତତ୍ୱlବଧନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୩ଟି ଟି ମୋଟର ଦୃଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷେତିପୂରଣ ବାବଦକୁ ଟ.୧.୫୨.୩୫.୦୦୦/ ଙ୍କା ପ୍ରଦାନ କରାଯାଇଥିଲା l ସେହିପରି ୨୪ଟି ଦେବାନି ମକଦମା ଫଇସଲା କରାଯାଇ ଟ.୭୧.୬୮୨/ ଙ୍କା ସମାଧାନ କରାଯାଇଥିଲା. ବିଚାର ଯୋଗ୍ୟ ୧୯୨ ଟି ଫୌଜଦାରି ମକଦମା ଫଇସଲା କରାଯାଇ ଟ.୩.୦୦୦/ ଙ୍କା ଅଦାୟ କରାଯାଇଥିଲା ଏନ ଆଇ ଆକ୍ଟ କେଶ( ଦଫା -୧୩୮) ୦୨ଟି ଫଇସଲା କରାଯାଇ ଟ.୨୫.୩୮.୨୫୨ / ଙ୍କା ସମାଧାନ କରାଯାଇଥିଲା ବିବାହ ଜନିତ ମକଦମା ୦୬ ଗୋଟି ଫଇସଲା କରାଯାଇଥିଲା l ରାଜସ୍ୱ ମକଦମା ୪୬୧ ଟି ଫଇସଲା କରାଯାଇ ଟ. ୨.୦୯.୧୫୪ ଅଦାୟ କରାଯାଇଥିଲା ଓ ୨୬୬ ଟି ପ୍ରାକ ମକଦମା ସମ୍ବନ୍ଧୀୟ ମାମାଲର ଫଇସଲା କରାଯାଇ ଟ.୩୪.୦୧.୦୭୭ / ଙ୍କା ଅଦାୟ କରାଯାଇଥିଲା ଏହି ଲୋକ ଅଦାଲତ ରେ (୧)ପରିବାର ଅଦାଲତ ଜଜ ଲଳିତ କୁମାର ଦାସ (୨)ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସ୍ନିତିଲେଖା ବାରିକ (୩) ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରିଜା ରାୟ (୪)ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ. ଶୁଭ ଗୌତମ ମିଶ୍ର (୫) ସିନିୟର ସିଭିଲ ଜଜ ସମାପିକା ମହାନ୍ତି (୭) ସୃତିପ୍ରଜ୍ଞା ଅମୃତାନୟ. ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ l ଏହି ଲୋକ ଅଦାଲତ ଯଦୁମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.