ବନଖଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦଙ୍କ ଅଧ୍ୟକ୍ଷତା ରେ ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ , ଦେବଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ସାହୁ , ବନପାଳ ପି. ଭେଙ୍କଟ ରମଣ , ସନ୍ତୋଷ କୁମାର ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ସୁରକ୍ଷା , ରକ୍ଷଣା ବେକ୍ଷଣ , ଜଙ୍ଗଲ ନିଆଁ କ୍ଷେତ୍ରରେ ବନ ବିଭାଗର ଉଲ୍ଲେଖନୀୟ ଅବଦାନ ଥିବା ବନପାଳ ଶ୍ରୀମତୀ ଶିବାନୀ ଗୌଡ , ବନରକ୍ଷୀ ସୁମିନା ଗମାଙ୍ଗ , ବର୍ଷାରାଣୀ ପଟ୍ଟନାୟକ , କବିତା କାର୍ଜୀ , ସୁମିତ୍ରା ପ୍ରଧାନ , ଦମୟନ୍ତୀ ଗୌଡ , ପ୍ରିୟଙ୍କା ବେହେରଦଳେଇ , ପ୍ରିୟଦର୍ଶିନୀ ସ୍ୱାଇଁ ଙ୍କୁ ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ସମ୍ମାନିତ କରିଥଲେ। ଲୋକ ମାନଙ୍କ ର ଅଧିକ ମଙ୍ଗଳ ପାଈଁ କାର୍ଯ୍ଯ କରିବାକୁ ସେ ବିଜେତା ମାନଙ୍କୁ ଅନୁରୋଧ କରିଥଲେ ଏବଂ ସେମାନଙ୍କୁ ସେବା କରୁଥିବା ଲୋକଙ୍କ ପାଈଁ ପ୍ରେରଣା ବୋଲି ମଧ୍ୟ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବନରକ୍ଷୀ ପ୍ରସାଦ ନାୟକ , ଜଙ୍ଗଲ ସୁରକ୍ଷା କର୍ମୀ ଆକାଶ ପଧାନ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.