ଖଲ୍ଲିକୋଟ ରୁ ଶିବରାମ ଜେନା: ଗଞ୍ଜାମ ଜିଲ୍ଲାର ଖଲିକୋଟ ଗଡର ଇତିହାସ ଓଡ଼ିଶା ର ଅଦ୍ୱିତୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଖଲ୍ଲିକୋଟ ର ନାମକରଣ କୁ ଅନୁଧ୍ୟାନ କଲେ ଜଣାଯାଏ ଯେ , ଖଲିପତ୍ର ର ମଧ୍ୟ ଭାଗଟି ଦେଖିବାକୁ ବଡ଼ ହୋଇଥାଏ ଓ ଏହା ର ଚତୁଃପାର୍ଶ୍ଵରେ ବେଷ୍ଟିତ ହୋଇଥାନ୍ତି ଛୋଟଛୋଟ ଖଲି ପତ୍ର | ଠିକ୍ ସେହିପରି ଖଲ୍ଲିକୋଟ ଗଡ଼ ର ଚାରିପାଖେ ଅଛନ୍ତି ଗାଁ ଗୁଡ଼ିକ। ଏ କ୍ଷେତ୍ରରେ କହିବାକୁ ଗଲେ ଖଲ୍ଲିକୋଟ ହେଉଛି, ଶୈବପୀଠ ର ମିଳନ ସ୍ଥଳ , ରାଜା ମାନଙ୍କ ରାଜତ୍ଵ କାଳରୁ ହିଁ ଏମାନେ ଥିଲେ ଶିଵ ଶକ୍ତି ର ଉପାସକ।
ଏଣୁ ଏକ୍ଷେତ୍ରରେ ଖଲ୍ଲିକୋଟ ର ମନ୍ଦିର ମାନଙ୍କ ମଧ୍ୟରେ ଖଲ୍ଲିକୋଟ ର ଶ୍ରୀ ଅମରେଶ୍ଵର ମନ୍ଦିର, ଶ୍ରୀ ଵରାଳ ବାଲୁଙ୍କେଶ୍ବର ମନ୍ଦିର, ନିର୍ମଳ ଝର ସ୍ଥିତ ଶିବଲିଙ୍ଗ,କନ୍ଦି ଗାଁ ଶୈବପୀଠ,କୁଶଢିପା ଵୀରନଳିନାକ୍ଷପୁର ରତନେଶ୍ଵର,କୈରାସି ନୀଳକଣ୍ଠେଶ୍ଵର , ଗୁରୁଣ୍ଠି କପିଳେଶ୍ଵର, ପୁରପଲ୍ଲୀରେ ଗ୍ରିମେଶ୍ଵର,ତାଳସର ତାଳେଶ୍ଵର ଦାନପୁର କୃଷ୍ଣ ଗିରି ପର୍ବତ ଝାଡେଶ୍ଵର, ମୁକ୍ତେଶ୍ଵର, ଦେଉଳିଆ ପଡ଼ା ସିଦ୍ଧେଶ୍ୱର, ପଥରା ଗାଦୀଶ୍ଵର ,ଫାସୁଳା ବେଲେଶ୍ୱର, ଭେଜିପୁଟ ମୁକ୍ତେଶ୍ଵର,ମଠବରିଡା ବ୍ରହ୍ମେଶ୍ଵର ମର୍ଦ୍ଦକୋଟ ସିଦ୍ଧେଶ୍ୱର, ଜେମାଦେଇପୁର ଶିବମନ୍ଦିର, ରାଣୀ ପଡ଼ା ମଲୀକେଶ୍ଵର, ଲୋଙ୍ଗର ଶ୍ରୀ କୃଷ୍ଣଶରଣ ପୁର ସକଳେଶ୍ଵର ବଡଖ ଇରିଖମା ଶିବମନ୍ଦିର, ଵଡଖେତା ସିଦ୍ଧେଶ୍ଵର,ଵରିଡା ଅମରେଶ୍ଵର, ବାଲୁଙ୍କେଶ୍ବରପୁର ବାଲ୍ମୀକି ଶ୍ଵର,ଵଲନ୍ତର ଈଶାନେଶ୍ଵର, ଵାରସରରେ ଵାରେଶ୍ଵର, ବିକ୍ରମ ପୁର ଚଣ୍ଡୀ ମନ୍ଦିର, ଵୁରୁଝୁରୀ ଶିବମନ୍ଦିର, ସାଙ୍କୁଡା ଧବଳେଶ୍ଵର ମନ୍ଦିର, ଶ୍ରୀ ନଳିନାକ୍ଷପୁର ଈଶାନେଶ୍ଵର, ଶାଳବଣ ତୁମ୍ବେଶ୍ଵର, ସେବତୀ ଦେଇପୁର ଶାସନ ଶିବମନ୍ଦିର ବିଦ୍ୟମାନ ଥିବା ଜଣାପଡ଼ିଛି।
ଏ ଅବସରରେ ଆଜିର ପବିତ୍ର ମହାଶିବରାତ୍ରି ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତମାନେ ଶିବଲିଙ୍ଗ ରେ ଜଳ ଢାଳି ସ୍ନାନ କରାଇ ପୂଜାର୍ଚ୍ଚନା କରି ଥିଲେ । ପ୍ରତିବର୍ଷ ପରି ଏବର୍ଷ ନିର୍ଦ୍ଧାରିତ ସମୟରେ ଠାକୁରମାନଙ୍କ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦାନ ହୋଇଛି। ଉଜାଗର କରୁଥିବା ଭକ୍ତ ମାନେ ମନ୍ଦିର ପରିସର ମଧ୍ୟରେ ମାନସିକ ଦୀପ ଜଳାଇ ଭକ୍ତିପୂତ ଭାଵେ ନିଜର ଦୁଃଖକୁ ମୋଚନ କରିବାକୁ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ଏ ଅବସରରେ ଖଲ୍ଲିକୋଟ ଶିଵମନ୍ଦିର ରେ ହଜାର ହଜାର ଭକ୍ତମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଖଲ୍ଲିକୋଟ ର ପ୍ରଶାସକ, ପୋଲିସ ବିଭାଗର କାର୍ଯ୍ୟରତ କର୍ମଚାରୀ ତଥା ବଜରଙ୍ଗଦଳ ରେ ସାମିଲ ଥିବା ସମସ୍ତ ପିଲାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି। ସବୁ ବର୍ଷପରି ଠିକଣା ସମୟରେ ଓ ସୁରୁଖୁରୁରେ ଠାକୁରମାନଙ୍କ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ ହୋଇଛି।
Sign in
Sign in
Recover your password.
A password will be e-mailed to you.