ଡ଼ଙ୍ଗରମୁଣ୍ଡା ରେ ନାବାର୍ଡ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

0

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ ହୋଇଯାଇଛି l ନାବାର୍ଡ ସହାୟତା ରେ ଦେବଦତ୍ତ କ୍ଲବ ତରଫରୁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନାବାର୍ଡ ବରଗଡ଼ ଜିଲ୍ଲା ବିକାଶ ପ୍ରବନ୍ଧକ ହଟ କିଶୋର ବେହେରା, ତାଲପାଲି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବଳରାମ ବେହେରା, ଗାଇସିଲେଟ ବନପାଳ ଅଶ୍ୱିନୀ କୁମାର ଭୋଇ, କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା, ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଅଧ୍ୟାପିକା ସଂଘମିତ୍ରା ସାହୁ ଓ ପ୍ରତିଭା ଦାଶ, ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝୀ, ସମାଜ ସେବି ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀଯୁକ୍ତ କାହ୍ନୁ ଚରଣ ମାଝୀ ମହିଳା ମାନଙ୍କ ତ୍ୟାଗ,ସେବା ଓ ବଳିଦାନ ର ଦିବସ ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସ ୮ ତାରିଖ ରେ ବିଶ୍ଵ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ମହିଳାଙ୍କ ସାମାଜିକ,ଆର୍ଥିକ,ସାଂସ୍କୃତିକ,ରାଜନୈତିକ ଏବଂ ଅନ୍ୟ କ୍ଷେତ୍ର ରେ ସଫଳତା ଓ ପାରଦର୍ଶିତା କୁ ଏହିଦିନ ର ଉଦ୍ଧେଶ୍ୟ ବୋଲି ପ୍ରକାଶ କରିଥିଲେ ।ନାରୀ ଏବେ ଅବଳା ଆଉ ଦୁର୍ବଳା ନୁହଁ ସେ ଶକ୍ତିର ସ୍ରୋତ ଆଉ ପ୍ରଗତିର ପଥରେ ଚାଲିବା ସିଖିଲାଣି। ଆଜି କାଲିର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ମାନେ ସମାଜ ର ଏରୁଣ୍ଡିବନ୍ଧ ଡେଇଁ ସମାଜ ର ନେତୃତ୍ୱ ନେବା ଉଚିତ୍ ମହିଳା ମାନଙ୍କ ନେତୃତ୍ୱରେ ଯେପରି ପରିବାର ର ଉନ୍ନତି ସାଧନ ହୋଇଥାଏ ସେହି ଭଳି ଭାବେ ମହିଳା ମାନେ ସମାଜ ର ନେତୃତ୍ୱ ନେଲେ ସମାଜର ଉନ୍ନତି ସାଧନ ହେବା ସହ ଗ୍ରାମାଞ୍ଚଳ ରୁ ଆରମ୍ଭ କରି ବିଶ୍ୱସ୍ତର ପର୍ଯ୍ୟନ୍ତ ଆଗକୁ ବଢ଼ି ପାରିବେ ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅର୍ପିତା ପଣ୍ଡା, ବୀଣାପାଣି ସାହୁ, ପଦ୍ମାବତୀ ସାହୁ, ସରସ୍ବତୀ ପିଞ୍ଜରା ଓ ସୁଶୀଳା ମାଝୀ ଙ୍କୁ ଅଗ୍ରଣୀ ଉଦ୍ୟୋଗୀ ମହିଳା ଭାବରେ ସମ୍ମାନିତ କରାଯାଇଥିଲା l ଏହା ପରେ ହୁଳହୁଳି ଓ ବକ୍ତବ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ହୁଳହୁଳି ପ୍ରତିଯୋଗିତାରେ ସରସ୍ବତୀ ପିଞ୍ଜରା ପ୍ରଥମ , କୋକିଆ ଛେଚୁଆ ଦ୍ଵିତୀୟ ଓ ମମତା ମେହେର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବକ୍ତବ୍ୟ ରେ ସମାରୀ ପଧାନ ପ୍ରଥମ, ମମତା ଛେଛୁଅଁ ଦ୍ଵିତୀୟ ଓ ସ୍ନେହଲତା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ l ଶେଷ ରେ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି, ଉତ୍ତରୀୟ ଏବଂ ବୃକ୍ଷ ରୋପଣ ପାଇଁ ବିଭିନ୍ନ ପ୍ରଜାତିର ଚାରା ପ୍ରଦାନ କରି ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ଶେଷ ଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l।

Leave A Reply

Your email address will not be published.