ବରଗଡ:- ବରଗଡ଼ ଜିଲ୍ଲା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବନ୍ଧ ଅନନ୍ୟ। ତାଙ୍କ ଅଜା ସ୍ଵର୍ଗତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ( ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବାପା, ) ବରଗଡ଼ରେ କୋର୍ଟ ମୁନସଫ୍ ଭାବରେ କାର୍ଯ୍ୟ କରିଥିଲେ।ଏହି କ୍ରମରେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ସମ୍ବନ୍ଧରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ଗତ ଫେବୃୟାରୀ ୨୦୨୪ରେ ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା ବ୍ଳକ୍ ରେ ଏକ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀରେ କାର୍ଯ୍ୟରତ ଶ୍ରୀ ରାଜକୁମାର ବଘେଲ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଂରାଜୀ ଭାଷାରେ ଲିଖିତ ବହି ମାନଙ୍କ ଉପରେ ଗବେଷଣା କରି ଛତ୍ତିଶଗଡ଼ ର ମେଟ୍ସ୍ ବିଶିବିଦ୍ୟାଳୟରୁ ଡକ୍ଟରେଟ ଉପାଧି ଲାଭ କରିଛନ୍ତି| ଶ୍ରୀ ବଘେଲ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ବିଗତ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଆସିଥିଲା ବେଳେ ଶ୍ରୀବଘେଲଙ୍କୁ ସ୍ୱତନ୍ତ୍ର ସମୟ ଦେଇ ତାଙ୍କ ଇଂରାଜୀ ରଚନା ଉପରେ ଆଲୋଚନା କରିଥିଲେ। ଶ୍ରୀ ରାଜକୁମାର ବଘେଲ ମତରେ,” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୈର୍ଯ୍ୟର ସହିତ ମୋ ସହ ଆଲୋଚନା କରିଥିଲେ ଯାହା ମୋ ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ସମୟ ଥିଲା। ସେଦିନ ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ବ୍ୟକ୍ତିତ୍ଵର ଭିତରେ ଜଣେ ଉଚ୍ଚକୋଟୀର ଇଂରାଜୀ ଲେଖକଙ୍କ ବ୍ୟକ୍ତିତ୍ୱ ଥିବା ଦେଖିଥିଲି ।
Sign in
Sign in
Recover your password.
A password will be e-mailed to you.