କ୍ଲଷ୍ଟର ସ୍ତରୀୟ ଦ୍ବି ଦିବସୀୟ କର୍ମଶାଳା ” ଆମ ସଂସ୍କୃତି ଆମ ଖେଳନା”

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ରାମନାଗୁଡାବ୍ଲକ ପେଣେକାମ୍ କଷ୍ଟର ଅଧିନ ମହାକଳକୁଡିଆ ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ବି ଦିବସୀୟ କର୍ମଶାଳା “ଆମ ସଂସ୍କୃତି ଆମ ଖେଳନା”ସ୍ଥାନୀୟ ସରପଞ୍ଚ ରମାବତୀ କାଡ୍ରାକାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପେଣେକାମ ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ଶ୍ରୀ ଅଶ୍ବିନୀ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମୁଦାୟ ୧୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାଙ୍କ ନିମନ୍ତେ ସୁନ୍ଦର ସୁନ୍ଦର ଖେଳନା ତିଆରି କରିଥିଲେ। ଏଥିରେ ଶରତ ବେହେରା, ନିରଞ୍ଜନ ସାହୁକାର, ସାରଙ୍ଗ ଶବର,ସୁଧାକର ପାତିକା, ଚନ୍ଦ୍ର କାଦମ୍ବାଲୁ,ଇବନାରମ ଶବର, ସନ୍ତୋଷ ଭୁୟାଁ, ଅର୍ଜୁନ ଗମାଙ୍ଗ, ମଧୁସ୍ମିତା ଦେଵୀ, ଚନ୍ଦ୍ରିକା ଗମାଙ୍ଗ,ଆରତୀ ରାଉତ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଖେଳନା ସଵୁ ଯାହା କି ପିଲାଙ୍କ ନିମନ୍ତେ ଉପାଦେୟ ତାହା କରିଥିଲେ । ପ୍ରଥମ ଦିନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସି ଶ୍ରୀ ଦାମୋଦର ହିମିରିକା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଓ ଦ୍ବିତୀୟ ଦିନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଜନ ମଲ୍ଲିକ ଓ ଏବିଇଓ ଶ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଅନେକ ମହତ୍ ଉପଦେଶ ଯାହା ଶିଶୁଙ୍କ ନିମନ୍ତେ ଆବଶ୍ୟକ ପ୍ରଦାନ କରିଥିଲେ ତଥା କର୍ମଶାଳା ଦେଖି ଖୁସି ବ୍ୟକ୍ତ କରିଥିଲେ।ଶେଷରେ ସଂଯୋଜକ ଶ୍ରୀ ଅଶ୍ବିନୀ କୁମାର ତ୍ରିପାଠୀ ୨ ଦିନର କର୍ମଶାଳାରେ ଯେଉଁ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

 

Leave A Reply

Your email address will not be published.