ସୁନେତ୍ର ଯୋଜନା ମାଧ୍ୟମରେ ମାଗଣାରେ ଚଷମା

0 1

ଖଲ୍ଲିକୋଟ/ଶିବରାମ ଜେନା,ଶାସକ ପ୍ରଶାସକ: ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସୁନେତ୍ର ଯୋଜନା ମାଧ୍ୟମରେ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା। ଏକ୍ଷେତ୍ରରେ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶ୍ରୀ ପ୍ରଦୀପ କୁମାର ଗନ୍ତାୟତ ଓ ଚକ୍ଷୁ ଚିକିତ୍ସା ସହାୟକ ଶ୍ରୀ ପର୍ଶୁରାମ ବାରିକ ଙ୍କ ତତ୍ତ୍ଵାବଧାନତାରେ ଚାଳିଶା ଧରି ଥିବା ବ୍ୟକ୍ତିମାନଙ୍କୁ ମାଗଣାରେ ଚଷମା ବିତରଣ କରାଯାଇଥିଲା । ଚଷମା ବଣ୍ଟନ କାର୍ଯ୍ୟକ୍ରମ ପରିବେଷଣ ସମୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଗରିକ ଶ୍ରୀ ପ୍ରଦୀପ କୁମାର ଆଚାର୍ଯ୍ୟ , ଶ୍ରୀ ଗୋପାଳ ଚନ୍ଦ୍ର ପଲେଇ, ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀ ବାବୁରାମ ସୁବୁଦ୍ଧି, ଶ୍ରୀ ଅଜିତ କୁମାର ଦାଶ, ସମାଜସେବୀ, ସାମ୍ବାଦିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଗରିକ ଶ୍ରୀ ଶିବରାମ ଜେନା , ଇଂ. ସତ୍ୟ ନାରାୟଣ ଆଚାର୍ଯ୍ୟ, ନରସିଂଅଫିସର ବବିତା ସାହୁ ପ୍ରମୁଖ ବ୍ୟକ୍ତିମାନଙ୍କ ଉପସ୍ଥିତି ଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତେ ସରକାରଙ୍କ ଯୋଜନା କୁ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.