ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଓ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

0

ବାରିପଦ(ଦିଲ୍ଲୀପ ମହାନ୍ତି)- ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପକ୍ଷରୁ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏନ.ଏସ.ଏସ. ସ୍ୱେଚ୍ଛାସେବୀମାନେ କଲେଜ ପରିସର ମଧ୍ୟରେ ବିଭିନ୍ନ ସ୍ଲୋଗାନମାନ ଦେଇ ସଫେଇ କାର୍ଯ୍ୟକ୍ରମ କରିଥିଲେ । କଲେଜର ଅଧ୍ୟକ୍ଷ ଶ୍ରୀନାୟକ ରାଷ୍ଟ୍ରୀୟ ଏକତା ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଓ ଭାରତର ପୂର୍ବତନ ଗୃହମନ୍ତ୍ରୀ ତଥା ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଓ କାର୍ଯ୍ୟକଳାପ ବିଷୟରେ ଅବଗତ କରାଇଥିଲେ । ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଅମୀର କୁମାର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କଲେଜର ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ମୀରା ସେନାପତି ରାଷ୍ଟ୍ରୀୟ ଏକତା ଦିବସର ମହତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ଗଣେଶ ଚନ୍ଦ୍ର ପରିଡା, ମଦନ ମୋହନ ସାହୁ, କୁମାରେଶ ନାୟକ, ରାମଚନ୍ଦ୍ର ଜେନା, ପଞ୍ଚାନନ ସାହୁ, ଅମିତ କୁମାର ଜେନା, ଗୋପାଳ ଚନ୍ଦ୍ର ଦାସ, ବିଭୁଦତ୍ତ ଗିରି ଓ ଅଧ୍ୟାପିକା ବିଜୟା ନାୟକ, ସବିତାରାଣୀ ଦାସ, ଦୀପାଲି ଗୋଚ୍ଛାୟତ, ପୂଜାରିଣୀ ଦାସ ଓ ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନ୍ୟତମ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଶତାବ୍ଦିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.