ପରିତ୍ୟକ୍ତ ଘରୁ ପାଞ୍ଚ ବନ୍ଧୁକ ଜବତ

3

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ ହୋଟେଲ ନେଲସନରୁ ପାଞ୍ଚଟି ବନ୍ଧୁକ ଜବତ ହୋଇଥିବା ଜଣାପଡିଛି । ଭଦ୍ରାସାହି ଛକ ନିକଟରେ ଥିବା ହୋଟେଲ ନେଲସନ ପ୍ରଦୀପ କୁମାର ଦାସଙ୍କ ମାଲିକନା ରେ ଥିବା ବେଳେ ସେ ଏକ ସିକ୍ୟୁରୀଟି ଏଜେନ୍ସି ଚଳାଉଥଲେ। ତେବେ ବ୍ୟାଙ୍କ ଋଣ ପରିଶୋଧ ନ କରି ପାରିବାରୁ ଉକ୍ତ କୋଠାକୁ ବ୍ୟାଙ୍କ ସିଲ କରିବା ସହ ଗତ କିଛିଦିନ ତଳେ ନିଲାମ କରିଥିଲା। ଭଦ୍ରାସାହି ଅଂଚଳର ଜଣେ ବ୍ୟବସାୟୀଙ୍କୁ ନିଲାମ ପରେ ହସ୍ତାନ୍ତର କରାଯାଇଥିବା ବେଳେ ସେ ଗତକାଲି ପରିତ୍ୟକ୍ତ ଅବସ୍ଥାରେ ଥିବା ଘରକୁ ଖୋଲି ଗୋଟିଏ କୋଠରୀରେ ବନ୍ଧୁକ ଥିବା ଦେଖି ବଡ଼ବିଲ ପୋଲିସକୁ ସୂଚନା ଦେବା ପରେ ପୋଲିସ ସେଠାରେ ପହଂଚି ଖୋଜାଖୋଜି କରି ସମୁଦାୟ ପାଞ୍ଚଟି ବନ୍ଧୁକ ଜବତ କରିଛି।

Leave A Reply

Your email address will not be published.