ବେଳଖଣ୍ଡି ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚ଼େତନତା ଶିବିର,

0 2

ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗ୍ରାମ ପଞ୍ଚାୟତ ଠାରେ ଆଜି ଆମ ଓଡିଶା ନବୀନ ଓଡିଶା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା ଗୁଡ଼ିକ ଲୋକମାନଙ୍କ ପାଖରେ ପହଞ୍ଚେଇବା ଏବଂ ଯୋଜନାରୁ ଲୋକେ ସୁଫଳ ପାଇପାରିବେ ଏଣୁ ପଞ୍ଚାୟତ ସ୍ତରରୁ ଜନସାଧାରଣ ସମସ୍ତ ସୁବିଧାରୁ ବଞ୍ଚିତ ନ ହେବେ ସେଥିନିମନ୍ତେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ଜନସଚ଼େତନତା ଶିବିର କାର୍ଯ୍ୟକ୍ରମ ଚାଲୁଛି। ବେଲଖଣ୍ଡି ଗ୍ରାମ ପଞ୍ଚାୟତ ଠାରେ କଳାହାଣ୍ଡି ର ଯେତିକି ପଞ୍ଚାୟତରେ ହେଇଛି ସବୁଠୁ ଅଲଗା ଧରଣର ପ୍ରୋଗ୍ରାମ ଦେଖିବାକୁ ମିଳିଥିଲା, ପଶ୍ଚିମ ଓଡିଶାରେ ଯେମିତି ଭାବରେ ଲୋକେ ଭୋଜି କରନ୍ତି ସେମିତି ଢଙ୍ଗରେ ଲୋକଙ୍କୁ ତଳେ ବସେଇ ଲୋକଙ୍କୁ ଖୁସିରେ ଲୋକକୁ ଖାଇଵା ଦେଖିବାକୁ ମିଳିଥିଲା l ବରଷ୍ଟି ବୁଦ୍ଧି ଯିବି,ଅବସର ପ୍ରାପ୍ତ କର୍ମଚାରୀ,ବରିଷ୍ଠ ସମାଜସେବୀ,ସାମ୍ବାଦିକ, ମାନଙ୍କୁ ଓପଠୋକନ ଦେଇ ସମ୍ବାନିତ କରିଥିଲେ l ଘୁଡ଼ଖା ବାଦ୍ୟ ଓ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା ର ବାର୍ତା ଜଣାଇ ସଂସ୍କୃତି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଓ କଳାହାଣ୍ଡି ର ବଜାଶାଲ ମଧ୍ୟ ଦେଖିବାକୁ ମିଳିଥିଲା lବେଲଖଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ ବାଗଙ୍କ ଏବଂ ପଞ୍ଚାୟତ ବିର୍ବାହୀ ଅଧିକାରୀ ପାର୍ଥବ ରଣା ଙ୍କ ନେତୃତ୍ୱର ସଚେତନତା ଶିବିର ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଯୋଗଦେଇଥିଲେ l ସମ୍ବାନିତ ଅତିଥି ରୂପେ କେସିଙ୍ଗା ଜୋନ ୧ର ଜିଲ୍ଲା ପରିଷଦ ସଦସ୍ୟା ଦୀପାଞ୍ଜଳି ସାହୁ , କେସିଙ୍ଗା ଅତିରିକ୍ତ ବ୍ଲକ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ମେହେର, ଜିପିଓ ଳମ୍ବୁଧର ଶିଖା ଯୋଗ ଦେଇଥିବାବେଳେ ସ୍ଥାନୀୟ ସମିତି ସଭ୍ୟା ସଦସ୍ୟା ସମତେ ପଞ୍ଚାୟତ ୱାଡ଼ସଭ୍ୟ,ସଭ୍ୟା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଶିବିରରେ ଶିଶୁ ବିକାଶ ପ୍ରକଳ୍ପ,ଆଶାକର୍ମୀ, କୃଷି ବିଭାଗ, ଶିକ୍ଷା ବିଭାଗ ସ୍ୱାସ୍ଥ୍ୟ ବିଭାଗମାନଙ୍କପାଇଁ ଷ୍ଟଲ ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମହିଳା ଗୃପମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ର ପିଠା ସହ ନିଜ ବାଡ଼ିବଗିଚାର ଫଳ ପନିପରିବା ପର୍ଦଶନୀ ପାଇଁ ରଖାଯାଇଥିଲା ଷ୍ଟଲ ମାନଙ୍କ ଠାରେ ପ୍ରବଳ ଭିଡ଼ ଦେଖାଦେଇଥିଲା ଷ୍ଟଲରେ ବିଭାଗୀୟ କାର୍ଯ୍ୟକଳାପ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଉଥିଲା। ମୁଖ୍ୟ ଅତିଥି ଓ ସମ୍ବାନିତ ଅତିଥି ତାଙ୍କ ଅଭିଭାଷଣରେ ରଖିଥିଲେ ରାଜ୍ୟ ସରକାର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା, ଶିକ୍ଷା, ପାନୀୟ ଜଳ ଲକ୍ଷ୍ମୀବସ ମାଧ୍ୟମରେ ଗ୍ରାମରୁ ସହରକୁ ଯୋଡ଼ାଯାଇଥିବା ତଥା ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସୂଚ଼ନା ଦେଇ ବେଲଖଣ୍ଡି ଗ୍ରାମ ପଞ୍ଚାୟତର କାର୍ଯ୍ୟକ୍ରମକୁ ପଞ୍ଚାୟତର ଅଞ୍ଚଳବାସି ବହୁତ ପ୍ରସଂଶା କରିଥିଲେ। ସରକାରଙ୍କ ଯୋଜନା ଉପରେ ଲୋକମାନଙ୍କୁ ବୁଝାଯିବା ସହ ସ୍ଥାନୀୟ କଳାକାର ମାନଙ୍କଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ପାଞ୍ଚ ହଜାର ଲୋକ ଯୋଗଦେଇଥିଲେ।ପଞ୍ଚାୟତ ପକ୍ଷରୁ ଖାଦ୍ୟର ବ୍ୟବସ୍ଥା ହୋଇଥିଲା ଶାନ୍ତି ଶୃଙ୍ଗଳା ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave A Reply

Your email address will not be published.