ଯୁବ ଓଡ଼ିଶା, ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇଛନ୍ତି ଛାତ୍ରଛାତ୍ରୀ – ବର୍ଷା ସିଂ ବରିହା

0

ପଦ୍ମପୁର :—ଯୁବ ଓଡ଼ିଶା , ନୂଆ ଓଡ଼ିଶା କାର୍ଯ୍ୟକ୍ରମ କୁ ନେଇ ପ୍ରତ୍ୟେକ କଲେଜ ର ଛାତ୍ରଛାତ୍ରୀ ଅଧିକ ରୁ ଅଧିକ ଉତ୍ସାହିତ ହୋଇଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି କହିଛନ୍ତି ବିଧାୟିକା ବର୍ଷା ସିଂ ବରିହା । ସରକାର ଙ୍କ ବିକାଶ ମୂଳକ ଯୋଜନା ଶିକ୍ଷା , କ୍ରିଡ଼ା ଖେତ୍ରରେ ଏବେ ଯୁବପିଢି ଆଗ୍ରହ ଦେଖାଇଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଅଂଚଳରେ ହୋଇଥିବା ଫାଇଭ ଟି କାର୍ଯ୍ୟକ୍ରମ ରେ ସ୍କୁଲ , କଲେଜ ଗୁଡ଼ିକର ରୂପାନ୍ତରିତ କରଣ କାର୍ଯ୍ୟକ୍ରମ ସହ ଶିକ୍ଷାଦାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ବିକାଶଧାରାରେ ଆନେକ ଛାତ୍ରଛାତ୍ରୀ ସାମିଲ ହୋଇ ସୁବିଧା ସୁଯୋଗ ପାଇପାରୁ ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଖୁସି ପ୍ରକଟ କରୁଛନ୍ତି । ଦିର୍ଘ ୩୦ ବର୍ଷ ତଳେ ଅଂଚଳର ଶିକ୍ଷାନୁଷ୍ଠାନ ଗୁଡିକରେ ଆବଶ୍ୟକତା ଥିବା କୋଠରୀ, ଶିକ୍ଷାଦାନ ସାମଗ୍ରୀ ଏପରିକି ସ୍କୁଲ, କଲେଜ ଗୁଡ଼ିକରରେ ପାଚେରୀ ମଧ୍ୟ ନଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶଧାରାରେ ଓଡ଼ିଶା ଯେଉଁଦିନ ଠାରୁ ସାମିଲ ହେଲା ସ୍କୁଲ କଲେଜ ଗୁଡ଼ିକର ଉନ୍ନତିକରଣ ଆରମ୍ଭ ହେଲା ଓ ବର୍ତ୍ତମାନ ଫାଇଭ ଟି ଯୋଜନାରେ ରୂପାନ୍ତରିତ କରଣ ହୋଇ ବିକାଶ ଆଗେଇଛି । ଅଂଚଳର ପ୍ରାଥମିକ ସ୍ତରରେ ହେଉକି ହାଇସ୍କୁଲ କିମ୍ବା କଲେଜ ସବୁଠି ମୁଖ୍ୟମନ୍ତ୍ରୀ ଙ୍କ ବିକାଶଧାରା ପହଞ୍ଚି ପାରିଛି ଯାହାକୁ ନେଇ ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ।

Leave A Reply

Your email address will not be published.