କେନ୍ଦ୍ରାପଡା- ବାରୋ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀ ଆନୁକୁଲ୍ୟରେ ବିଶ୍ୱ ରେଡିଓ ଦିବସ ଯଥାବିଧି ପାଳିତ ହୋଇ ଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଖୁଆ ସ୍ଥିତ ଚିତ୍ରୋତ୍ପଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଣି ମୁଖ୍ୟଅତିଥି, ରାଜନେତା ହରିଶ୍ଚନ୍ଦ୍ର ଜେନା ମୁଖ୍ୟ ବକ୍ତା,ବାଣୀ ବିନୋଦ ସହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବିଶ୍ୱ ରେଡିଓ ଦିବସ ପାଳନର ତାପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆରମ୍ଭରେ ରୂପାଲି ସୂତାର, ରାଜଲକ୍ଷ୍ମୀ ପରିଡା ଏବଂ ଭାଗ୍ୟଲକ୍ଷ୍ମୀ ପରିଡା ସ୍ୱାଗତ ସଙ୍ଗୀତ ଗାଇଥିଲେ । ଗୀତିକାର ତଥା କଣ୍ଠଶିଳ୍ପୀ ବିମଳ ପରିଡା ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଶ୍ୱ ରେଡିଓ ଦିବସ ପାଳନର ଉଦେ୍ଧଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ମଲ୍ଟି ମିଡିଆ ଯୁଗରେ ରେଡିଓ କିପରି ବହୁ ଜନ ହିତାୟ ତଥା ବହୁ ଜନ ସୁଖାୟ ଆପ୍ତ ବାକ୍ୟକୁ ସାର୍ଥକ ଭାବରେ ପ୍ରତିପାଦିତ କରୁଛି ସେ ବିଷୟରେ ବିଷାଦ ବିବରଣୀ ଶ୍ରୀ ପରିଡା ପ୍ରଦାନ କରିଥିଲେ । ନାଟ୍ୟକାର ଭୀମସେନ ପ୍ରଧାନ ବିମଳ ପରିଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରେଡିଓ ଭାବଗ୍ରାହୀ ତରଫରୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଧୀରାମଣି ପରିଡା, କାର୍ଯ୍ୟକ୍ରମ ନିଷ୍ପାଦକ ସୁଶ୍ରୀ ସଙ୍ଗୀତା ଜେନା, ବିଶ୍ୱଜିତ୍ ପରିଡା, ଦିବ୍ୟଜ୍ୟୋତି ପରିଡା ଏବଂ ପ୍ରଭାତ କୁମାର ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ପରିଡା, କେଦାର ସ୍ୱାଇଁ, ଜୀବନ ପ୍ରଦୀପ ଜେନା, ପ୍ରଦୀପ ଜେନା, ସଂଗ୍ରାମ ଜେନା, ଅର୍ଚ୍ଚନା ପରିଡା, ଗୁରୁ ପ୍ରଶାନ୍ତ କୁମାର ମହାରଣା, ଗୁରୁ ପ୍ରମୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରବଚକ ବିକ୍ରମ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post