ମାନସିକ ସ୍ୱାସ୍ଥ୍ୟ ଉପରେ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

0

ଗଜପତି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣିପେଣ୍ଟା ଗ୍ରାମରେ ଥିବା ମାନସିକ ଅନଗ୍ରସରଙ୍କ ପାଇଁ କାର୍ଯ୍ୟରତ ବିଦ୍ୟାଳୟ ନିୟତୀ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ନିୟତୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନିୟତୀ ଅନୁଷ୍ଠାନର ସଭାପତି ଅଧ୍ୟାପକ ଡ:ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ: ଜିତେନ୍ଦ୍ର ନାଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ସ୍ୱାସ୍ଥ୍ୟ କଣ ଏହାର ନିରାକରଣ ଏଭଳି ବ୍ୟକ୍ତିଙ୍କ ପ୍ରତି କିଭଳି ସାହାଯ୍ୟ ଓ ବ୍ୟବହାର ହେବା ଦରକାର ଏମାନଙ୍କ ସୁରକ୍ଷା ଯତ୍ନ ପ୍ରଭୃତି ବିଭିନ୍ନ ଦିଗ ଉପରେ ପ୍ରଥମଥରୁ ହିଁ ଏଭଳି ଜନ୍ମିତଙ୍କ ପ୍ରକୃତ ନିଦାନ କରି ତାର ଯଦି ଚିକିତ୍ସା ବା ଅନ୍ୟ କୌଣସି ପଦ୍ଧତିରେ ପ୍ରତିକାର ବ୍ୟବସ୍ଥା କରାଯାଇପାରିଲେ ତାର ସମାଧାନ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା କାର୍ଯ୍ୟକ୍ରମ ତଥା ପ୍ରକଳ୍ପ ପରିଚାଳିକା ଶିବାନୀ ପାଣିଗ୍ରାହୀ ଯୋଗଦେଇ ଗର୍ଭାବସ୍ଥା ସମୟରେ ବିଭିନ୍ନ ଔଷଧ ସେବନ କରିବା ଏବଂ ଶିଶୁକୁ କ୍ଷତି କରିବା ଭଳି ଖାଦ୍ୟ ଖାଇବା ଦ୍ୱାରା ମାନସିକ ବିକଳାଙ୍ଗ ଶିଶୁ ଜନ୍ମ ହୋଇଥାଏ ବୋଲି କହି ବିଭାଗ ପକ୍ଷରୁ ମାନସିକ ବିକଳାଙ୍ଗ ମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସରକାରୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ସାମୁଦାୟୀକ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ତଥା ମୁଖ୍ୟ ଶ୍ରୀ ଏ:ଜଗ୍ନନ୍ନାଥ ରାଜୁ, ଜିଲ୍ଲା ନାଗରିକ କମିଟି ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ଏବଂ ଜେମସ ରାଇକା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାନସିକ ବିକଳାଙ୍କ ମାନଙ୍କୁ କୌଣସି ପ୍ରକାର ବୋଝ ନଭାବି ନିଜର ମନୋବଳ ଓ ଚିନ୍ତାଧାରାକୁ ସୁଦୃଢ କରି ଆମର ଏହି ଅମୃତ ସନ୍ତାନ ମାନଙ୍କ ପ୍ରତି ଅଧିକ ଯତ୍ନ ଓ ସୁରକ୍ଷା ଦେଇ ଯେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଦିନେ ସମାଜକୁ ଦିଗ୍‍ଦର୍ଶନ ଦେବେ ସେ ଦିଗରେ ଅଭିଭାବକ ମାନେ ସମ୍ପୁର୍ଣ୍ଣ ଭାବେ ଯତ୍ନବାନ ହେବା ପାଇଁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିସିଡିର ସମସ୍ତ ହିତାଧିକାରୀ ଯୋଗଦେଇଥିଲେ । କୈଳାସ ପଟ୍ଟନାୟକ, ପରକ୍ଷିତ ପାତ୍ର ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସ୍ନେହଲତା ପାଣିଗ୍ରାହୀ ଜ୍ୟୋତ୍ସ୍ନା ଡାକୁଆ,ଶାଶ୍ୱତୀ ବେବର୍ତ୍ତା,ସୁନିଲ ନାୟକ,ସୁରେନ୍ଦ୍ର ଭୁୟାଁ, ସୋନୁ ଗମାଙ୍ଗ ପରିଚାଳନା କରିଥିଲେ ।  

Leave A Reply

Your email address will not be published.