ରାଜ୍ୟପାଳଙ୍କ ରାଉରକେଲା ଗସ୍ତ, ବେଦବ୍ୟାସ ଶୈବ ପୀଠ କଲେ ଦର୍ଶନ,ସ୍ପୋର୍ଟ୍ସ ହୋଷ୍ଟେଲ ,ମିଶନ କାଫେ କଲେ ପରିଦର୍ଶନ

0

ରାଉରକେଲା , (ବସନ୍ତ କୁମାର ଜେନା): ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତର ଦ୍ବିତୀୟ ଦିବସରେ ଆଜି ରାଉରକେଲାର ବେଦବ୍ୟାସ ଶୈବପୀଠ ରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ, ମିଶନ ଶକ୍ତି କାଫେ ଆଦି ପରିଦର୍ଶନ କରିଥିଲେ।

ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆଜି ସକାଳେ ପ୍ରଥମେ ବେଦବ୍ୟାସ ଶୈବ ପୀଠ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ଏହା ପରେ ପାନପୋଷ ସ୍ଥିତ କ୍ରୀଡାବାସ ପରିଦର୍ଶନ କରି ସେଠାର ଖେଳାଳି ମାନଙ୍କ ସହିତ କଥାବାର୍ତ୍ତା କରିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ଯାନ କରିଥିଲେ।

ଏହା ପରେ ପରେ ମାନ୍ୟବର ରାଜ୍ଯପାଳ ଉଦିତନଗର ସ୍ଥିତ ମିଶନ ଶକ୍ତି କ୍ୟାଫେ ମଧ୍ୟ ବୁଲି ଦେଖିଥିଲେ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ତାଙ୍କର ସମସ୍ୟା ପଚାରି ବୁଝିଥିଲେ।

ଏଥିସହିତ ଉଦିତନଗର ହାଇସ୍କୁଲ ପରିଦର୍ଶନ କରି କ୍ଲାସ ରୁମ ବୁଲି ଦେଖିଥିଲେ। ଏବଂ ପିଲା ମାନଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କର ର ଭବିଷ୍ଯତ ରେ ଭଲ ପାଠ ପଢିବା ସହିତ ଖେଳ କୁଦରେ ମଧ୍ଯ ଅଂଶ ଗ୍ରହଣ କରି ଏହାକୁ ମଧ୍ଯ ନିଜର କେରିୟର ଭାବେ ଆପଣାଇବାକୁ ପରାମର୍ଶ ଦେଇଥିଲେ।

ଶେଷରେ ସେକ୍ଟର ୧୭ ରେ ଥିବା ହୋମ ଓ ହୋପ ର ଦିବ୍ୟାଙ୍ଗ ପିଲା ମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ପିଲା ମାନଙ୍କୁ ଚକଲେଟ ଦେବା ସହିତ ଶିକ୍ଷକ ଓ ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ସମସ୍ଯା ପଚାରି ବୁଝି ଥିଲେ। ଏହା ସହିତ ସେମାନଙ୍କୁ ସହଯୋଗ ର ଆଶ୍ବାସନା ଦେବା ସହିତ ହୋମ ଏଣ୍ଡ ହୋପର ବିକାଶ ପାଇଁ ୫ଲକ୍ଷ ଟଙ୍କା ଓ ସେକ୍ଟର ୨୨ ସ୍ଥିତ ଏହାର ଶାଖା ‘ଆଶା’ କୁ ଦୁଇ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଷମା ବିଳୁଙ୍ଗ, ଉପ ଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ, ଆରଡିଏ ସଚିବ ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.