ସାରସକଣା-(ଶାସକ ପ୍ରଶାସକ)-ସାରସକଣା ବ୍ଳକ ଅନ୍ତର୍ଗତ ବମ୍ବେଛକସ୍ଥ ଝାରପୋଖରିଆ ଭାଗବତ ପରିବାର ପକ୍ଷରୁ ଦ୍ଵାଦଶ ବାର୍ଷିକ ସପ୍ତଦିବସ ବ୍ୟାପି ଭାଗବତ କଥା ଯଜ୍ଞ ପୂର୍ବବର୍ଷ ମାନଙ୍କ ଭଳି ଫେବୃଆରୀ ମାସ୍ ପ୍ରଥମ ସପ୍ତାହ ରବିବାର ଠାରୁ କଥାମୃତ କାର୍ଯ୍ୟ ଆରମ୍ଭ ହୋଇ ଶନିବାର ସମାପନ ହୋଇଛି। ଜଗନ୍ନାଥ ଧାମ ପୁରୀ ନିବାସୀ ଦଧି ବାମନ ଦାସ ମହାରାଜ ଭାଗବତ କଥାକୁ ପ୍ରବଚନ ମାଧ୍ୟମରେ ପ୍ରଦାନ କରିଥିଲେ। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଭାବେ ପ୍ରଭୁଙ୍କ ବେଶ କରା ଯାଉଥିବା ବେଳେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ହେଉଥିବା ଦେଖିବାକୁ ମିଳିଥିଲା। ଭାଗବତ ପରିବାର ପକ୍ଷରୁ ପ୍ରତ୍ୟେକ ଦିନ ଅନ୍ନପ୍ରସାଦ ବଣ୍ଟନ କରା ଯାଉଥିବା ବେଳେ ଆଜି ଅନ୍ତିମ ଦିନରେ ନୀଳଗିରି ଜଗନ୍ନାଥ ମନ୍ଦିରର ଅନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା। ପରିବାରର ଶ୍ରୀବତ୍ସ ଘୋଷ,ତୁଷାର ଶତପଥୀ, ଲାଲଟୁ ପଣ୍ଡା,ଚୈତନ ଦାସ ପ୍ରମୁଖଙ୍କ ଭଳି ପରିବାରର ଶତାଧିକ ସଦସ୍ୟ ଏହାକୁ ଆୟୋଜନ କରୁଥିବା ବେଳେ ଅଞ୍ଚଳର ସ୍ରଦ୍ଧାଳୁ ଭକ୍ତ ମାନଙ୍କ ପୁର୍ଣ୍ଣ ସହଯୋଗରେ ଅନୁଷ୍ଠାନଟି ଚାଲୁଥିବା ଜଣାପଡେ। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
Sign in
Sign in
Recover your password.
A password will be e-mailed to you.
Next Post