ଭବାନୀପାଟଣା, ୯/୨: ବିକାଶ ଗ୍ରୁପ୍ ଭବାନୀପାଟଣା ଆନୁକୁଲ୍ୟରେ ବିକାଶ ୱିସଡମ ପାର୍କ ଗ୍ରାଉଣ୍ଡ ରେ କଳାହାଣ୍ଡି ସାମ୍ବାଦିକ ଓ ବିକାଶ ଗ୍ଲାଡ଼ିଅର୍ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ଏହି ମ୍ୟଚ କୁ ଉଦଘାଟନ କରିଥିଲେ lଟସ ଜିତି ପ୍ରଥମେ ବ୍ୟାଟିଂ କରି କଳାହାଣ୍ଡି ସାମ୍ବାଦିକ ଦଳ ନିର୍ଦ୍ଧାରିତ ୧୫ ଓଭର ରେ ୬ ୱିକେଟ ହରାଇ ୭୧ ରନ କରିଥିଲେ। ବିଜୟ ଲକ୍ଷ୍ୟ ୭୨ କୁ ପିଛା କରି ବିକାଶ ଗ୍ଲାଡ଼ିଅର ୧୪ ଓଭର ରେ ୭୨ ରନ କରି ୭ ୱିକେଟ ରେ ବିଜୟୀ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସଵ ରେ ବିକାଶ ଗୃପର ନିର୍ଦେଶକ ଡି ଶ୍ୟାମ, ଡି ରାମ କୁମାର ଓ ବିକାଶ ଭବାନୀପାଟଣା ର ଏକାଡେମିକ ମୁଖ୍ୟ ଡି ବିଜୟା ଅତିଥି ଭାବରେ ଯୋଗ ଦେଇ ବିଜୟୀ ଦଳ ବିକାଶ ଗ୍ଲାଡ଼ିଅର ଓ ରନର୍ସ ଅଫ ଦଳ କଳାହାଣ୍ଡି ସାମ୍ବାଦିକ ତଥା ପ୍ଲେୟାର ଅଫ ଦି ମ୍ୟାଚ୍ ଭାବରେ କଳାହାଣ୍ଡି ସାମ୍ବାଦିକ ଦଳର ଧନିନ୍ଦ୍ର ନାଏକଙ୍କୁ ପୁରସ୍କୃତ କରିଥିଲେ। ଉମ୍ପିଆର ଭାବରେ ବିପ୍ଳବ ସିଂ ଓ ମନୋଜ ବିଶ୍ଵାଳ ମ୍ୟାଚ୍ ପରିଚାଳନା କରିଥିଲେ। ବିକାଶ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଯୁବରାଜ ନାଏକ, ସିବିଏସଇ ଅଧ୍ୟକ୍ଷା ଆରତୀ ମିଶ୍ର, କଳାହାଣ୍ଡି ସାମ୍ବାଦିକ ଦଳର ଟିମ ମ୍ୟାନେଜର ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ସଂଯୋଜକ ରଜନୀ କାନ୍ତ ମିଶ୍ର ମ୍ୟାଚ୍ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିକାଶ ଗ୍ରୁପର ୱିସଡମ ପାର୍କ ର କ୍ରିକେଟ୍ ଗ୍ରାଉଣ୍ଡ କୁ ସମସ୍ତ ଖେଳାଳି ପ୍ରଶଂସା କରିବା ସହ ଏହି ଗ୍ରାଉଣ୍ଡ କୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଆୟୋଜନ କଲା ଭଳି ଉନ୍ନତ ମାନର ଷ୍ଟାଡିୟମ ଭାବରେ ବିକଶିତ କରିବାକୁ ବିକାଶ ଗ୍ରୁପ କୁ ଅନୁରୋଧ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post