ପିଲାଙ୍କ ସାମଗ୍ରିକ ବିକାଶ ନିମନ୍ତେ କ୍ରୀଡ଼ା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜରୁରୀ ଅଟେ

0 2

ମହିପୁର ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଏଡିଡବ୍ଲୁଇଓ ପ୍ରତାପ ଚନ୍ଦ୍ର ମହାନ୍ତି, ଆଞ୍ଚଳିକ ସାଧନ କେନ୍ଦ୍ର ତୁଷୁରାର ସଂଯୋଜକ ଜଗମୋହନ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନୋଦ ଭୋଇ, ସହକାରୀ ଶିକ୍ଷୟତ୍ରୀ ନିଳୀମା ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉପାଦେୟ ମନ୍ତବ୍ୟ ପ୍ରଦାନ୍ କରିଥଲେ। ପିଲାଙ୍କ ସାମଗ୍ରିକ ବିକାଶ ପାଇଁ ଏହିଭଳି କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ମାନଙ୍କରେ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା l ବିଦ୍ୟାଳୟ ର ସହକାରୀ ଶିକ୍ଷକ ପୁରନ ମେହେର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ବିନ୍ଧ୍ୟପ୍ରଭା ନାଗ ଅତିଥି ପରିଚୟ ପ୍ରଦାନ , ସହକାରୀ ଶିକ୍ଷୟତ୍ରୀ ସ୍ୱରୂପା ପାଢ଼ୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ଓ ସହକାରୀ ଶିକ୍ଷୟତ୍ରୀ ଅନୁସୟା ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଚଳିତ ବର୍ଷର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ଗଣ ମାନପତ୍ର ସହ ପଦକ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସୂଚାରୁ ପରିଚାଳନା ପାଇଁ ସହାୟତା ପ୍ରଦାନ କରିଥିଲେ।

Leave A Reply

Your email address will not be published.