ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୨/୨୪ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପରେ ରାମଲାଲା ଙ୍କ ଦର୍ଶନ ନିମନ୍ତେ ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ୧୨ ଜଣିଆ ଦଳ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ବିଶ୍ଵ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ୧୨ ଜଣ ସଦସ୍ୟ ରାମଲାଲା ଙ୍କ ଦର୍ଶନ ନିମନ୍ତେ ଯାତ୍ରା କରିଛନ୍ତି। ଆସନ୍ତା କାଲି ୧୦ ତାରିଖ ସମ୍ବଲପୁର ରେ ପହଞ୍ଚିବା ପରେ ସେଠାରୁ ଟ୍ରେନ ଯୋଗେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ସେଠାରେ ରାମଲାଲା ଙ୍କ ବିଧିମତ୍ତ ପ୍ରଥମ ଦର୍ଶନ ପରେ ୧୨ ତାରିଖରେ ପୁଣି ଡାବୁଗାଁ ଅଭିମୁଖେ ଏହି ୧୨ ଜଣ ବାହାରିବେ। ଅଯୋଧ୍ୟା ରେ ଗତ ଜାନୁଆରି ମାସ ୨୨ ତାରିଖ ରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ପ୍ରବଳ ଭିଡ଼ କୁ ଦୃଷ୍ଟି ରଖି ଏହି ପ୍ରତିଷ୍ଠା ଉତ୍ସବ ରେ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ବିନା ନିମନ୍ତ୍ରଣ ରେ କେହି ନ ଆସିବାକୁ ଅନୁରୋଧ କରିଥିଲେ। ବର୍ତମାନ ଅଯୋଧ୍ୟାରେ ରାମଲାଲା ଙ୍କ ଦର୍ଶନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ବିଶ୍ଵ ହିନ୍ଦୁ ପରିଷଦ ଓ ଆର ଏସ ଏସ ତରଫରୁ ୧୧ ତାରିଖରେ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ଅନୁମତି ଦିଆ ଯାଇଥିବାରୁ ଡାବୁଗାଁ ରୁ ଏହି ୧୨ ଜଣିଆ ପ୍ରତିନିଧି ଦଳ ଯାତ୍ରା କରିଛନ୍ତି। ଏହି ଯାତ୍ରା ସମୟରେ ବିଦାୟ ଦେବାକୁ ଉପସ୍ଥିତ ଥିବା ଡାବୁଗାଁ ର ରାମଭକ୍ତ ମାନେ “ଜୟ ଶ୍ରୀ ରାମ ” ନାରା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.