ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୋଇଲାରି ଗ୍ରାମ ର ଜଣେ ଯୁବତୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଯୁବତୀ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଥିବା ବେଳେ ଉମରକୋଟ ଥାନା ଅଞ୍ଚଳ ସିର୍ଲ୍ଲି ଗୁଡା ଗ୍ରାମ ର ଯୁବକ କ୍ରିଷ୍ଣା ପାଣ୍ଡେ ଙ୍କ ପାଇଁ ଆତ୍ମହତ୍ୟା କରିଥିବା ଦର୍ଶା ଯାଇଛି। ମୃତ ଯୁବତୀ ଉର୍ମିଳା ମାଝୀ (୨୫) ବୋଲି ଜଣା ପଡିଛି । ଏ ନେଇ ମୃତ ଉର୍ମିଳା ର ପିତା ଭୈରବ ସିଂ ମାଝୀ ଆଜି ଡାବୁଗାଁ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ କୋଇଲାରି ଗ୍ରାମ ର ଭୈରବ ସିଂ ମାଝୀ ଙ୍କ ଝିଅ ଉର୍ମିଳା ମାଝୀ ଙ୍କ ସହ ଦୁଇବର୍ଷ ତଳେ ଉମରକୋଟ ଥାନା କୁର୍ସୀ ପଞ୍ଚାୟତ ଅନ୍ତର୍ଗତ ସୀର୍ଲ୍ଲି ଗୁଡା ଗ୍ରାମ ର ତୁଳସିରାମ ପାଣ୍ଡେ ଙ୍କ ପୁଅ କ୍ରିଷ୍ଣା ପାଣ୍ଡେ ଙ୍କ ସହ ବିବାହ ପ୍ରସ୍ତାବ ପରିବାର ଲୋକଙ୍କ ଦ୍ଵାରା ରଖା ଯାଇଥିଲା। ତେବେ କ୍ରିଷ୍ଣା ପାଣ୍ଡେ ଏହାର ସୁଯୋଗ ନେଇ ଉର୍ମିଳା ମାଝୀ ସହ ସମ୍ପର୍କ ବଡାଇବା ସହ ଶାରୀରିକ ସମ୍ବନ୍ଦ ରଖିଥିଲା। ଇତି ମଧ୍ୟରେ ଉର୍ମିଳା ଗର୍ଭବତୀ ହେବା ସହ ଲୋକ ଲଜ୍ୟାରୁ ବଞ୍ଚିବା ପାଇଁ ବିବାହ କରିବାକୁ ବାରମ୍ବାର କ୍ରିଷ୍ଣା କୁ ଅନୁରୋଧ କରୁଥିଲା। ତେବେ କ୍ରିଷ୍ଣା ସମୟ ଗଡାଇ ନେଇଥିଲା। ଜୋ ଦ୍ଵାରା ଦୁଇଥର ଉର୍ମିଳା ଗର୍ଭ ନଷ୍ଟ କରିବାକୁ ବାଧ୍ୟ ହୋଇଥିଲା ଯାହା ସୁଇସାଇଡ ନୋଟ ରେ ଉଲ୍ଲେଖ ଅଛି। ଉର୍ମିଳା କୁ ଛାଡ଼ି କ୍ରିଷ୍ଣା ଅନ୍ୟ ଏକ ଝିଅ ସହ ସମ୍ପର୍କ ରଖିବା ପରେ ଉର୍ମିଳା ଓ କ୍ରିଷ୍ଣା ମଧ୍ୟରେ ମତାନ୍ତର ହୋଇଥିଲା। କ୍ରିଷ୍ଣା ଉର୍ମିଳା କୁ ଛାଡ଼ି ନୂଆ ପ୍ରେମିକ ସହ ସମ୍ପର୍କ ରଖିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଗତକାଲି ସୋମବାର ବିଳମ୍ବିତ ରାତ୍ରରେ ସବୁ ସୋଇଥିବା ସମୟରେ ନିଜ ଘର ମଧ୍ୟରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ।ତାଙ୍କ ନିକଟରେ ଏକ ସୁଇସାଇଡ ନୋଟ ଛାଡିଥିଲେ । ପରିବାର ଲୋକେ ସକାଳେ ଏହା ଜାଣିବା ପରେ ଡାବୁଗାଁ ପୁଲିସ ଏତଲା ଦେଇଥିଲେ । ଏତଲା କୁ ଭିତ୍ତି କରି ଡାବୁଗାଁ ପୁଲିସ କେସ ନ ୦୬/୨୪ ରେ ମାମଲା ରୁଜୁ କରି ଶବ ଜବତ କରିଥିଲେ। ପରେ ଅପରାହ୍ନରେ ଶବ ବ୍ୟେବଛଦ ପରେ ପରିବାର ଲୋକଙ୍କୁ ପୁଲିସ ଶବ ହସ୍ତାନ୍ତର କରିଥିଲେ। ଦୋଷୀ କୁ ତୁରନ୍ତ ଗିରଫ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.