ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ରେ ଗଣତନ୍ତ୍ର ଦିବସ ଉତ୍ସାହ ଉଦ୍ଦୀପନା ସହ ପାଳିତ।

0 2

ରାଉରକେଲା, (ବସନ୍ତ କୁମାର ଜେନା): 75ତମ ସାଧାରଣତନ୍ତ୍ର ଦିବସ ଅବସର ରେ ରଘୁନାଥପଲ୍ଲୀ ନିର୍ବାଚନମଣ୍ଡଳୀ ଅଞ୍ଚଳ ର ସେକ୍ଟର -1 ଜି ବ୍ଲକ ପଡିଆ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ପ୍ରାୟ 500 ରୁ ଉର୍ଦ୍ଧ ଏକଜୁଟ ହୋଇଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୁବ, ସମାଜସେବୀ ତଥା ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଯୋଗଦେଇ ପତ୍ତକା ଉତ୍ତୋଳନ କରିଥିଲେ।ନିଜର ବକ୍ତବ୍ୟରେ ଉପସ୍ଥିତ ମହିଳା ଓ ଭଉଣୀ ମାନଙ୍କୁ ଦିବସ ପାଳନର ଯଥାର୍ଥତା ପ୍ରତିପାଦନ କରିବା ସହ ସମସ୍ତ ଙ୍କୁ ସ୍ବାବଲମ୍ବି ହେବାକୁ ପରାମର୍ଶ ଦେଇଥିଲେ। ଏହି ଦିବସ ଆମକୁ ଗଣତାନ୍ତ୍ରିକ ଅଧିକାର ଦେଇଥିବା ବେଳେ ଏହା ର ପ୍ରକୃତ ବ୍ଯବହାର କରିବା ନିହାତି ଜରୁରୀ। ରଘୁନାଥପାଲୀ ଅଞ୍ଚଳ ର ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ମହାନଗର ନିଗମ ଅଞ୍ଚଳ ଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଅଧିକାରୀ ଙ୍କ ନିକଟରେ ଉପସ୍ଥାପିତ କରାଯାଇଥିବା ବେଳେ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ । ମହିଳା ମାନେ ସମସ୍ତ କାର୍ଯ୍ୟ ରେ ଆଗକୁ ଆସି ନିଜର ଦକ୍ଷତା ପ୍ରତିପାଦନ କରିଥିବା ବେଳେ ନିଜ ପରିବାର ଓ ସମାଜ ପ୍ରତି ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନା ନେଇ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଏତେ ସଂଖ୍ୟାରେ ମହିଳା ଉପସ୍ଥିତି ପରିବେଶ କୁ ବେଶ୍ ଉତ୍ସବ ମୁଖର କରିଥିଲା।

କାର୍ଯ୍ୟକ୍ରମ ଟି ସରୋଜ ନାୟକ ଙ୍କ ନେତୃତ୍ୱ ରେ ଆୟୋଜିତ ହେଇଥିବା ବେଳେ ଏଥିରେ ଚଞ୍ଚଳା ସାମଲ, ସାରଳା ମଲ୍ଲିକ, ଲତିକା ବେହେରା, ଗୀତାଞ୍ଜଳି ପଣ୍ଡା, ଲକ୍ଷ୍ମୀ ଦେବୀ ଶତପଥୀ ସବିତା ମୁଦୁଲି ରୁକ୍ମିଣୀ ପ୍ରଧାନ, ଲକ୍ଷ୍ମୀ ବେହେରା, ରଶ୍ମିତା ବାଗ, ଅଞ୍ଜଳି ପାଲ ମହିଳା ନେତୃତ୍ୱ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସମେତ ପ୍ରଶାନ୍ତ ସେଠୀ ସେକ୍ଟର ୧୬ ତୁମକେଲା, ସେକ୍ଟର ୧୬ ମାର୍କେଟ, ଆମ୍ବାଗାନା ଅଟୋଷ୍ଟାଣ୍ଡ, ସେକ୍ଟର ୫ ଭିଆଈପି ମାର୍କେଟ, ସେକ୍ଟର ୫ ଗୋଲଘର ସମେତ ଅନେକ ଅନୁଷ୍ଠାନ ରେ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.