ଜଗତସିଂହପୁର ରେ 15 ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

0 2

 ଜଗତସିଂହପୁର, ତା-୨୫/୦୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଜିଲ୍ଲା ପରିଷଦ ର ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ବାଲିକୁଦା -ଏରସମା ଶ୍ରୀ ରଘୁନନ୍ଦନ ଦାସ ଙ୍କ ଅଧ୍ୟକ୍ଷତାରେ 15 ତମ ଜିଲ୍ଲା ସ୍ତରୀୟ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ର ଉପ ନିର୍ଦ୍ଦେଶକ ଶ୍ରୀମତୀ ସବିତା ସାହୁ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ବୈଠକ ର ଲକ୍ଷ୍ଯ ଓ ଆଭିମୁଖ୍ୟ ବ୍ୟକ୍ତ କରିଥିଲେ।ଉକ୍ତ ବୈଠକରେ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଶ୍ରୀ ରଘୁନନ୍ଦନ ଦାସ, 2024-25 ବର୍ଷ ର ବାର୍ଷିକ ଯୋଜନା ଅଟକଳ କୁ ଅନୁମୋଦନ କରିଥିଲେ। 2024-25 ଆର୍ଥିକ ବର୍ଷ ପାଇଁ ସ୍ଵାସ୍ଥ୍ୟ, କୃଷି, ଜଳସେଚନ ଓ ଗମନାଗମନ କୁ ପ୍ରାଧାନ୍ୟ ଦିଆଯାଇ 1333 କୋଟି27 ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ରାଶି ଅନୁମୋଦିତ ହୋଇଥିଲା। ଏହି ବୈଠକରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟା ୱରି,ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷା ଶ୍ରୀମତୀ ସୁଜାତା ମହାନ୍ତି, ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ପାରାଦ୍ଵୀପ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ,ସମସ୍ତ ଜିଲ୍ଲା ପରିଷଦ ର ସଦସ୍ୟ ସଦସ୍ୟା, ବ୍ଳକ ର ଅଧ୍ୟକ୍ଷ ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.