ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ପାଳନ ଅବସରରେ ବିରୁଡ଼ା ଏମ.ଜି. ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୟାଗଡ଼ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ କ୍ଷୁଦ୍ର ନାଟକ ‘ ଅଲୋଡ଼ା ଝିଅ ‘ ସ୍ଥାନୀୟ କେସି କ୍ଲବ ପରିସରରେ ମଞ୍ଚସ୍ଥ ହୋଇଥିଲା। ସାମ୍ପ୍ରତିକ ସମାଜରେ ଆଜିବି କନ୍ୟା ସନ୍ତାନ ପ୍ରତି ଆଗ୍ରହ ସୃଷ୍ଟି ହୋଇପାରୁନି l ଝିଅଟିଏ ଜନ୍ମ ନେଲେ ଲୋକଦେଖାଣିଆ ମିଠା ବଣ୍ଟାଯାଏ କିନ୍ତୁ ଅନ୍ତର ଭିତରେ ଶ୍ରଦ୍ଧା ନଥାଏ l ଅନେକ ସମୟରେ ଅଲୋଡ଼ା ଶିଶୁ କନ୍ୟାକୁ ଡଷ୍ଟବିନ କିମ୍ବା ରାସ୍ତାକଡ଼ ଗଛମୂଳେ ପଡିଥିବାର ଦେଖିବାକୁ ମିଳେ l ସେ ଶିଶୁ ଅନ୍ୟ ଦ୍ୱାରା ପ୍ରତିପାଳିତ ହୋଇ ଶେଷରେ ଦେଶ ଜାତିର ସମ୍ପଦ ଵନିଯାଏ l ପ୍ରଧାନ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଏପରି ଏକ କାହାଣୀକୁ ନେଇ ଛୋଟଛୋଟ ପିଲାମାନେ ନାଟକଟିକୁ ବେଶ ଆକର୍ଷଣୀୟ କରିଥିବା ବେଳେ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦାନ କରିଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ ଉଚ୍ଚ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.