ପାଣ୍ଡିଆନଙ୍କ ଚାଟୁକାରିତା କରିବାକୁ ଯାଇ ସସ୍ମିତ ବାବୁ ଓଡିଆ ପିଲାଙ୍କ ସ୍ୱାର୍ଥ୍ୟ ବିରୋଧୀ କଥା କହୁଛନ୍ତି: ଅନିଲ ବିଶ୍ୱାଳ

0
  •  କାହିଁକି ଏବେ ସୁଦ୍ଧା ଓସେପା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ପ୍ରକାଶ କରୁନାହିଁ?

  •  କାହିଁକି ହୋଇଥିବା ପରୀକ୍ଷାର କମ୍ବାଇନଡ ମେରିଟ ଲିଷ୍ଟ, କଟ ଅଫ ମାର୍କ ପ୍ରକାଶ କରିବା ପାଇଁ ଓସେପା କୁଣ୍ଠାବୋଧ ପ୍ରକାଶ କରୁଛି ?

ଭୁବନେଶ୍ୱର, ତା.୨୪/୦୧: ବିଜୁ ଜନତା ଦଳର ସାଂସଦ ସସ୍ମିତ ବାବୁ ଏବେ ଭାରି ବ୍ୟସ୍ତ ଅଛନ୍ତି ଏକଥା ପ୍ରମାଣିତ କରିବା ପାଇଁ ଯେ ସବୁ ଦୋଷ ହେଉଛି ଇଡିସିଆଇଏଲର ଆଉ ଓସେପା ହେଉଛି ପୁରା ସୁନା ମୁଣ୍ଡାଟିଏ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ଇଡିସିଆଇଏକୁ ଗାଇଡ଼ଲାଇନ କିଏ ଦେଇଥିଲା? ସସ୍ମିତ ବାବୁ ଜାଣିବା ଦରକାର ଯେ ଓସେପା ହିଁ ଇଡିସିଆଇଏଲକୁ ସମସ୍ତ ଗାଇଡଲାଇନ ଦେଇଥିଲା । ଯେଉଁ ନିୟମାବଳୀ ଆଧାରରେ ଏହି ମେରିଟ ଲିଷ୍ଟ ପ୍ରସ୍ତୁତ ହୋଇଥିଲା । ସସ୍ମିତ ବାବୁ ଭଲ ଭାବରେ ଜାଣିଛନ୍ତି ଯେ ଓସେପା ହେଉଛି ପୁରା ନିଯୁକ୍ତି ପ୍ରକ୍ରିୟାର ସର୍ବୋଚ୍ଚ ସଂସ୍ଥା । କାହିଁକି ଏବେ ସୁଦ୍ଧା ଓସେପା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ପ୍ରକାଶ କରୁନାହିଁ? କାହିଁକି ହୋଇଥିବା ପରୀକ୍ଷାର କମ୍ବାଇନଡ ମେରିଟ ଲିଷ୍ଟ, କଟ ଅଫ ମାର୍କ ପ୍ରକାଶ କରିବା ପାଇଁ ଓସେପା କୁଣ୍ଠାବୋଧ ପ୍ରକାଶ କରୁଛି । ଯାହାକୁ ନେଇ ପିଲାଙ୍କ ମନରେ ସମସ୍ତ ଦ୍ୱନ୍ଦ ତିଆରି ହୋଇଛି । ସେହି ସମସ୍ତ ତଥ୍ୟ ଏବେ ଓସେପା ପାଖରେ ଅଛି । ବୋଧହୁଏ ବିଜୁ ଜନତା ଦଳର ସାଂସଦ ତାଙ୍କ ଦଳର ନେତା ପାଣ୍ଡିଆନଙ୍କ ଚାଟୁକାରିତା କରିବାକୁ ଯାଇ ଏବେ ଓଡିଆ ପିଲାଙ୍କ ସ୍ୱାର୍ଥ୍ୟ ବିରୋଧୀ କଥା କହୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଶ୍ରୀ ପାତ୍ର ହୁଏତ ଗଣମାଧ୍ୟମରେ ଟିକିଏ ଚର୍ଚ୍ଚାରେ ରହିବା ପାଇଁ ଅବା ଚାକିରୀ ଆଶାରେ ନିରାଶ ହୋଇ ବସିଥିବା ପିଲାଙ୍କୁ ଭ୍ରମିତ କରିବା ପାଇଁ ଇଡିସିଆଇଏଲକୁ ଦୋଷ ଦେଇ ଖସି ଯାଇପାରନ୍ତି । କିନ୍ତୁ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ରାଜ୍ୟ ସରକାର ଯେଭଳି ପ୍ରତାରଣା କରି ଦଲାଲ ମାନଙ୍କ ଦ୍ୱାରା ସରକାରୀ ଚାକିରୀ ବଜାରରେ କରୁଛନ୍ତି ସେବିଷୟରେ ସେ କେବେ ଖସି ପାରିବେ ନାହିଁ । ସେ ପ୍ରସଙ୍ଗରେ ସେ କେବେ ମୁହଁ ଖୋଲିବେ?
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଓଏସଏସସିରେ ଚାକିରୀ ବିକ୍ରି କରି ଧରିପଡିଥିବା କୋଟିପତି କିରାଣୀ ବିରଂଚି ସାହୁଙ୍କୁ ବିଜେଡି ସରକାର କାହିଁକି ପୁଣି ପଦୋନ୍ନତି ଦେଇ ଚାକିରୀ ଦେଲା ତାହା ବିଜେଡି ସ୍ପଷ୍ଟ କରୁ । ଓଡ଼ିଶାରେ ସମସ୍ତ ସରକାରୀ ନିଯୁକ୍ତିର ପ୍ରଶ୍ନ ପତ୍ର ଦଲାଲ ମାନେ କେମିତି ଆଗୁଆ ପାଉଛନ୍ତି? ଓଏସଏସସି, ଓପିଏସଏସସି, ଓଏସଏସଏସସି, ଓଟିଇଟି, ପୋଲିସ ନିଯୁକ୍ତି, ଆରଆଇ, ଅମିନ ଆଦି ସବୁ ନିଯୁକ୍ତିରେ କିଭଳି ପ୍ରଶ୍ନ ପତ୍ର ପରୀକ୍ଷା ପୂର୍ବ ଦିନ ବିକ୍ରି ହେଉଛି, ପରୀକ୍ଷା ନଦେଇଥିବା ପିଲା କେମିତି ଚାକିରୀ ପାଉଛନ୍ତି ଏହାର ଉତର ବିଜେଡି ରଖୁ ।

Leave A Reply

Your email address will not be published.