ଜମରା ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ l

0

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଖଣ୍ଡାୟତ ପଟକିରା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଜମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱାଗତିକା ଲେଙ୍କାଙ୍କ ପୌରହିତ୍ୟରେ ଏଥୁରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନ୍ଦନାମୟୀ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ସିଆରସିସି ପ୍ରଭାତ କୁମାର ବେହେରା, କମିଟିର ସଭାପତି ନରହରି ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସମାଜସେବୀ ଆଶୁତୋଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ୪ଟି କ୍ଲବରେ ବିଭକ୍ତ କରାଯାଇ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ, କ୍ରୀଡ଼ାଙ୍ଗନା ଗଠନ କରାଯାଇଥିଲା l ଏଥିରେ ଛାତ୍ର ଛାତ୍ରୀମାନେ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରିଥିଲା ବେଳେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶିକ୍ଷକ କୁନାଳଚନ୍ଦ୍ର ପରିଡ଼ା, ଲିୟାକୁଦ୍ଦିନ୍ ଖାଁ, କ୍ଷଣପ୍ରଭା ନାୟକ, ସୋନାଲି ବେହେରା, ଅଜୟ ସାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.