ନର୍ଲା ବ୍ଲକ ପାସିଫିକ ପବ୍ଲିକ ସ୍କୁଲ ଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

0

ଭବାନୀପାଟଣା (ରୋହିତ କୁମାର ନାଏକ )ଶାସକ ପ୍ରଶାସକ :-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପାସିଫିକ ସ୍କୁଲ ଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା.l ଏହି ଶିବିର ରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜୋନ ୨ର ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ ହରି ଶଙ୍କର ମାଝୀ ଜୋନ ୧ର ଜିଲ୍ଲାପରିଷଦ ଶ୍ରୀମତୀ ନମ୍ରତା ସାହୁ,ଜୁନ ୩ର ଜିଲ୍ଲା ପରିଷଦ ଶ୍ରୀମତୀ ଲିଲି ଦୀପ, ଶ୍ରୀ ପରେଶ ପ୍ରଧାନ,ବିଧାୟକ ପ୍ରତିନିଧି, ବ୍ଲକ ଉର୍ନୟନ ଅଧିକାରୀ , ଜିଲ୍ଲା ଶ୍ରମ ଅଧିକାରୀ, ସମେତ ୩୦୦ଶ୍ରମିକ ଉପସ୍ଥିତ ଥିଲେ, ଏହି ସହାୟତା ଶିବିର ରେ ମୃତ୍ୟୁ ଜନିତ ୧୫୩ଜଣଙ୍କୁ ୨୯୫୦୦୦୦୦/-ଟଙ୍କା, ବିବାହ ବାବଦ କୁ ୪୬୧ଜଣଙ୍କୁ ୨୨୨୭୫୦୦୦/-ଟଙ୍କା ୧୩୦ଗୋଟି ଅନ୍ତିମସଂସ୍କାର ବାବଦକୁ ୬୫୦୦୦୦୦/-ଟଙ୍କା, ଶିକ୍ଷା ସହାୟତା ୪୫ଜଣଙ୍କୁ ୩୦୨୨୦୦/-ଟଙ୍କା 9ଜଣଙ୍କୁ ମାତୃତ୍ୱ ସହାୟତା ୯୦୦୦୦/-ଟଙ୍କା ଏହିଭଳି ମୋଟ ୭୯୮ଜଣଙ୍କୁ ୫୨୮୧୭୨୦୦/-ଟଙ୍କା ପ୍ରଦାନ କରାଯାଇଥିଲା. ଏହି ଶିବିର କୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିଚାଳନା କରିଥିଲେ. l

Leave A Reply

Your email address will not be published.