ମାହାଙ୍ଗା – ଶାସକ ପ୍ରଶାସକ): ସବୁବେଳେ ସବୁ ସମୟରେ ଯେତେ କାର୍ଯ୍ୟ ରହିଲେ ବି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଜନସାଧାରଣ ମାନଙ୍କ ପାଇଁ ସୁଖ ଦୁଃଖ ରେ ସାମିଲ ହୋଇଥାନ୍ତି ସୁଚିନ୍ତକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ର ବିକାଶର କର୍ଣ୍ଣଧାର ବିରୋଧୀମାନଙ୍କ ସହ ଲଢେଇ କରି ଜନସାଧାରଣ ଙ୍କ ପ୍ରିୟ ପାତ୍ର ହୋଇ ବିଜୟର ଟୀକା ପିନ୍ଧି ଆସୁଥିବା ସରଳ ହୃଦୟବାଦୀ ବିଧାୟକ ପ୍ରତାପ ଜେନା l ସେହିପରି ଭାବେ ଏକ ଦୁଖଃଦ ଘଟଣା ଘଟିଥିଲା ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତ ଆପିଲୋ ଗ୍ରାମ 5ନଂ ୱାର୍ଡରେ l ଏହି ଗ୍ରାମର ସ୍ବର୍ଗତ ବିପିନ କୁମାର ମଳିକଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗିଯିବା ଫଳରେ 2 ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମିଭୂତ ହୋଇଯାଇଥିଲା l ଏହି ଘଟଣା ପ୍ରଚାର ପ୍ରସାର ହେଲା ପରେ ବିଧାୟକ ପ୍ରତାପ ଜେନା ସଙ୍ଗେ ସଙ୍ଗେ ଗୋତରା ପଞ୍ଚାୟତର ସମିତି ସଭ୍ୟ ପ୍ରଦୀପ୍ତ ବିଶ୍ୱାଳ,ସାମ୍ବାଦିକ ଶଶିଭୂଷଣ ଷଡଙ୍ଗୀ, ଯୁବନେତା ଶଶାଙ୍କ ଶେଖର ବେହେରା, ପୂର୍ବତନ ସରପଞ୍ଚ ସ୍ବର୍ଗତ ରତ୍ନାକର ସାହୁଙ୍କ ପୁତ୍ର ଶାରଦା ସାହୁ, ପ୍ରେମାନନ୍ଦ ଷଡଙ୍ଗୀ, ବିନୋଦ ଷଡଙ୍ଗୀ, ୱାର୍ଡମେମ୍ବର ଶୁଶାନ୍ତ ଷଢଙ୍ଗୀ,ଶ୍ରୀବତ୍ସ ବିଶ୍ୱାଳ,ସୁଲିପ୍ତ ବିଶ୍ୱାଳ,ପ୍ରକାଶ ବେହେରା,ଶ୍ରୀଧର ପଣ୍ଡା, ଦେବେନ୍ଦ୍ର ମଳିକ, ବ୍ରଜସୁନ୍ଦର ମଳିକ ପ୍ରମୁଖ ଅଗ୍ନି ବିପନ୍ନ ଙ୍କ ପରିବାର ନିକଟରେ ପହଞ୍ଚି ରେସନ ସାମଗ୍ରୀ, ଶୀତବସ୍ତ୍ର, ଜରିପାଲ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଏପରିକି ତଦନ୍ତ ପରେ ଅଗ୍ନିବିପନ୍ନ ପରିବାରକୁ ଗୃହ ଯୋଗାଇଦେବା ନିମନ୍ତେ ବିଧାୟକ ପ୍ରତାପ ଜେନା ପ୍ରତିଶ୍ରୁତି ଦେଇଛନ୍ତି l କଥାରେ ଅଛି ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ l ବିଧାୟକ ଶ୍ରୀ ଜେନା ଙ୍କ ଏଭଳି ପଦକ୍ଷେପ ପାଇଁ ଅଗ୍ନିବିପନ୍ନଙ୍କ ପରିବାର ତରଫରୁ ବିଧାୟକ ଶ୍ରୀ ଜେନା ଙ୍କୁ ସାଧୁବାଦ ଜଣାଯାଇଛି l
Sign in
Sign in
Recover your password.
A password will be e-mailed to you.