ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ସହିତ ଶ୍ରୀରାମ୍ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ।

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ତିଳିସିଗିଂ ଗ୍ରାମରେ ଥିବା ସନାତନି ଆର୍ଯ୍ୟଵର୍ତ୍ତର ବିକାଶ ଓ ସେବା ସଂସ୍ଥା ଟ୍ରଷ୍ଟ ଦ୍ଵାରା ପରିଚାଳିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟ ର ୧୧ ତମ ବାର୍ଷିକ ଉତ୍ସବ ସହିତ ଭଗବାନ୍ ଶ୍ରୀରାମ୍ ଙ୍କ ଜନ୍ମଭୂମି ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ବିଗ୍ରହ ର ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ଯଥାରୀତି ନିତି ରେ ପାଳନ କରାଯାଇଛି। ଏଠାରେ ଅଯୋଧ୍ୟା ର ବିରଳ ଭାସମାନ ପଥରକୁ ସର୍ବ ଜନତାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରଖାଯାଇଥିଲା। ଯାହାକି ଗଞ୍ଜାମ ଜିଲ୍ଲାରେ ଏହା ଵିରଳ।

ଚଳିତ ପୌଷମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥି ଜାନୁଆରୀ ୨୨ ତାରିଖ ସୋମବାର ୨୦୨୪ ରେ ତିଳିସିଗିଂ ଗ୍ରାମର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶ୍ରୀଯୁକ୍ତ ସୁଧିର ନାୟକ ଙ୍କ ସଭାପତିତ୍ବ ରେ ବି ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଡମ୍ବର ସହିତ ପାଳନ କରାଯାଇଛି। ଶ୍ରୀ ସୁଧିର ନାୟକ ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ଥିବାବେଳେ, ନିବେଦକ ଶ୍ରୀ ଜର୍ଜ ନାୟକ ବିଦ୍ୟାଳୟ ର ଉପସଭାପତି ଦାୟିତ୍ଵ ତୁଲାଇଥିଲେ। ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ଲିଜା ଗୌଡ଼ ଓ ଛାତ୍ରଛାତ୍ରୀ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମ୍ନାନିତ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ଵାଗତ ସହକାରେ ପାଛୋଟି ନିଆଯାଇ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଦେବଦତ୍ତ ପ୍ରଧାନ ନିଜ ବକ୍ତବ୍ୟ ମାଧ୍ୟମରେ କୁନି କୁନି ପିଲାମାନଙ୍କୁ ଚରିତ୍ର ଗଠନର ବାସ୍ତବତା, ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଶିକ୍ଷକ ମାନଙ୍କ ଭୂମିକା ଏବଂ ବିଶେଷ କରି ଆଜିର ଦଣ୍ଡମୁକ୍ତ ବିଦ୍ୟାଳୟ ର ସମାଜରେ ଏହାର ପ୍ରଭାବ ବିଷୟରେ ଦର୍ଶାଇଥିଲେ।

ସେହିପରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପିଲାମାନଙ୍କୁ ସମାଜ ଗଠନରେ ସହାୟକ ହେବାପାଇଁ କହିଥିଲେ। ସନାତନି ଆର୍ଯ୍ୟଵର୍ତ୍ତର ବିକାଶ ଓ ସେବା ସଂସ୍ଥା ଟ୍ରଷ୍ଟ ର ଉପଦେଷ୍ଟା ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, ନିଜ ବକ୍ତବ୍ୟରେ କୁନି କୁନି ପିଲାମାନଙ୍କୁ ଭଗବାନ୍ ଶ୍ରୀରାମ୍ ଓ ଲକ୍ଷ୍ମଣ ଙ୍କ ସହିତ ତୁଳନା କରିଥିଲେ। ଏବଂ କହିଥିଲେ ଆମେ ସମସ୍ତେ ଭଗବାନ୍ ଶ୍ରୀରାମ୍ ଙ୍କ କଥା ଓ ପୁରାଣ କୁ ଦୃଷ୍ଟି ଦେଇ ଅଗ୍ରସର ହେଲେ ଆମର ସତ୍ ଲକ୍ଷ ପୁରଣ ହେବ। ଏଥିସହ ସହ ସମ୍ପାଦକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ଗୌଡ଼, ଗୁପ୍ତେଶ୍ୱର ସୁବୁଦ୍ଧି, ରାମକୃଷ୍ଣ ଦାସ, ଲୁଲୁ ପଣ୍ଡା, ଖାଡଂଗା ଭାଇ, ମହନ୍ତ ସତ୍ୟନାରାୟଣ ଜୀ ମହାରାଜ୍ ସମେତ ଅନ୍ୟାନ୍ୟ ମାନନୀୟ ଙ୍କ ଯୋଗଦାନ ଥିଲା। ଅଯୋଧ୍ୟା ରେ ଶ୍ରୀରାମ ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ସ୍ଵରୂପ ଏଠାରେ ମଧ୍ୟ ଶ୍ରୀରାମ ଲାଲା ଙ୍କ ଆକର୍ଷଣୀୟ ବାଲ୍ୟ ପ୍ରତିମା ପାଖରେ ୧୦୮ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ଏସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ଲିଜା ଗୌଡ଼ ସୁଚାରୁରୂପେ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ଅନ୍ୟ ଶିକ୍ଷୟିତ୍ରୀ ଦ୍ବାରିକା ମୋହିନୀ, ପୂର୍ଣ୍ଣିମା, ବିଜୟଲକ୍ଷ୍ମୀ, ଓ ଲିଜା ସହଯୋଗ କରିଥିଲେ।

Leave A Reply

Your email address will not be published.