ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସମ୍ମିଳନୀର ଉପଦେଷ୍ଟା ବିନୋଦ ଚନ୍ଦ୍ର ଜେନା , ସଦସ୍ୟ ତ୍ରିପତି ପ୍ରସାଦ ପଣ୍ଡା ଏବଂ ସଦସ୍ୟ ତଥା ବାଲ ମୁକୁନ୍ଦ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପ୍ରତିନିଧି ଦଳ ଆନ୍ଧ୍ର ପ୍ରଦେଶ ଶ୍ରୀାକୁଲମ ଜିଲ୍ଲାର ମୁଖଲିଙ୍ଗମ୍ ଏବଂ ଏଲ୍. ଏନ୍. ପେଟା ଗ୍ରାମ ରବିବାର ଦିନ ଗସ୍ତ କରି ଓଡ଼ିଆ ବାସିନ୍ଦା ମାନଙ୍କର ସାମାଜିକ ଓ ଶିଶୁ ଶୈକ୍ଷିକ ସ୍ଥିତି ସମ୍ପର୍କରେ ସେଠାର ବିଶିଷ୍ଟ ମୁଖ୍ୟ ବ୍ୟକ୍ତିଙ୍କ ଠାରୁ ସୁବିଧା ଅସୁବିଧା ଗୁଡିକ ଆଲୋଚନା କରିଥିଲେ।
ମୁଖଲିଙ୍ଗମ୍ ଓଡ଼ିଆ ବ୍ରାହ୍ମଣ ସାହିର ମୁଖ୍ୟ ଶିବ ପ୍ରସାଦ ଦାସ ଓ ମୀନକେତନ ଦାସ ପ୍ରମୁଖ ଦ୍ବୟ ଓଡ଼ିଆ ଶିକ୍ଷକ ନିଯୁକ୍ତି ଅଭାବ ଯୋଗୁଁ ପିଲାମାନେ ଓଡିଆ ପାଠ ପଢିବାରେ ବଞ୍ଚିତ ହେବା କଥା ପ୍ରକାଶ କରିବା ସହ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କୁ ଶିକ୍ଷକ ନିଯୁକ୍ତି ପାଇଁ ନିବେଦନ କରିଛନ୍ତି। ଲକ୍ଷ୍ମୀ ନୃସିଂହ ପେଟା ଗ୍ରାମର ମୁଖ୍ୟ ତଥା ରାଷ୍ଟ୍ର ଓଡ଼ିଆ ବ୍ରାହ୍ମଣ ସଂଘର ଜିଲ୍ଲା ସଭାପତି ଶିବାଜୀ ପାଣିଗ୍ରାହୀ ପିଲାମାନଙ୍କ ପାଇଁ ଓଡ଼ିଆ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରି ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା କଥାକୁ ପ୍ରକାଶ କରିଥିଲେ। ସେଠାରୁ ଫେରିବା ସମୟରେ ପ୍ରାୟ ସମସ୍ତଙ୍କ ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟଚିତ୍ର କାନ୍ଥରେ ଦେଖିବାକୁ ମିଳିଥିଲା ଏବଂ ଆସନ୍ତାକାଲି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପ୍ରତ୍ୟକ ଘରେ ପୂଜାଅର୍ଚ୍ଚନାର ପୂର୍ବ ପ୍ରସ୍ତୁତି କରୁଥିଲେ।
Sign in
Sign in
Recover your password.
A password will be e-mailed to you.