ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାସମାରୋହରେ ପାଳିତ ହେବ।
ଏହି ଅବସରରେ ଆଜି ଠାରୁ ଓଡିଶା ପୋଲିସ ୩ୟ ବାଟାଲିୟନ୍ , ଏପିଆର୍ ପୋର୍ସ , ହୋମ୍ ଗାର୍ଡ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ୟାରେଡ୍ ଅଭ୍ୟାସ ଆରମ୍ଭ ହୋଇଯାଇଛି। ଚଳିତ ସାଧାରଣତନ୍ତ୍ର ଦିବସରେ ପ୍ୟାରେଡ୍ ରେ ୨୪ ଗୋଟି ଦଳ ଭାଗ ନେଇଛନ୍ତି। ଉକ୍ତ ଦିନ ସକାଳ ୮ ଘଟିକା ୩୦ ମିନଟ ସମୟରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ।
ଏହି ଉପଲକ୍ଷେ ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପୁରସ୍କୃତ କରାଯିବ।
ଏହି ପୂର୍ବ ଅଭ୍ୟାସ ପ୍ୟାରେଡକୁ ରିଜର୍ଭ ଇନ୍ସପେକ୍ଟର ଓଫ୍ ପୋଲିସ ଶ୍ରୀ ନିରଞ୍ଜନ ନାୟକ , ସହକାରୀ କମାଣ୍ଡାଣ୍ଟ , ଓଡ଼ିଶା ପୋଲିସ ୩ୟ ବାଟାଲିୟନ୍ ଗଜପତି ଶ୍ରୀ ସୁଭଳ ସରେନ୍ ଓ ପ୍ରଦୀପ କୁମାର ମିଶ୍ର , ରିଜର୍ଭ ଇନ୍ସପେକ୍ଟର ଓଫ୍ ହୋମ୍ ଗାର୍ଡ ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା , ରବିନ୍ଦ୍ର କୁମାର ଶବର ପ୍ରମୁଖ ପରିଚାଳନା କରିଥିଲେ। ଏହା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଗାଇଡ ଶିକ୍ଷକ ଶିକ୍ଷୟତ୍ରୀ ଓ ପୋଲିସ ଫୋର୍ସ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.