ମୁସଲମାନ ସମ୍ପ୍ରଦାୟର ରାଜ୍ୟସ୍ତରୀୟ ଇଯତମା

0

ଖୋର୍ଦ୍ଧା (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ସରଧାପୁର ଗ୍ରାମରେ ଉଣେଇଶି ତାରିଖଠୁ ଏକୋଇଶି ତାରିଖ ପର୍ଯନ୍ତ ତିନିଦିନ ଧରି ହୋଇଛି ମୁସଲମାନ ସମ୍ପ୍ରଦାୟ ର ଏକ ରାଜ୍ୟ ସ୍ତରୀୟ ଇଯତମା | ଓଡ଼ିଶାର କୋଣ ଅନୁକୋଣରୁ ଏକଲକ୍ଷରୁ ଉର୍ଦ୍ଧ ସଂଖ୍ୟାରେ ଲୋକଙ୍କ ଏଠାକୁ ସୁଅ ଛୁଟୁଛି | ଏଠାରେ ତିନିଦିନ ଧରି ଏହି ଇଯତମା ହୁଏ | ଏଠାରେ ପହଂଚିଛନ୍ତି ବଡ ବଡ ଧର୍ମଗୁରୁ | ପ୍ରତ୍ୟେକ ରାଜ୍ୟରେ ବର୍ଷକୁ ଥରେ ଇଯତମା ହୁଏ | ଏହାହେଉଛି ଏକ ଭାଇଚାରାର ମିଳନ | ଏଠୁ ବହୁ ସଂଖ୍ୟାରେ ଜମାତ କାମପାଇଁ ଦେଶ ବିଦେଶକୁ ଯାନ୍ତି | ଆଲ୍ଲାହାଙ୍କର ନୀତିନିୟମରେ ନିଉଦିଲ୍ଲୀ ହଜରତ ନିଜାମୁଦିନ ମାର୍କଜରୁ ଆସିଥିବା ଧର୍ମଗୁରୁ, ମହମଦ୍ ସଲ୍ଲଲ ଲାହୁ ଅଲେହୁସାଲଲାମଙ୍କ ଧାରାରେ ଜୀବନ ଅନୁସରଣ କରିବାକୁ ଜମା ହୋଇଥିବା ଶ୍ରଦ୍ଧାଳୁ ଙ୍କୁ ପ୍ରବଚନ ରେ ବୁଝାଇନ୍ତି l ଏହି ଧାର୍ମିକ କାମରେ ଖୋର୍ଦ୍ଧା ଜିଲ୍ଲା ସରଧାପୁର ଆଖପାଖ ଗ୍ରାମର ସମସ୍ତ ହିନ୍ଦୁ ମୁସଲିମ ଜମିଜମା ଠୁ ଆରମ୍ଭ କରି ପ୍ରତେକ ପ୍ରକାର ସହଯୋଗ ଓ ସାହାଯ୍ୟ କରିଥିଲେ l ଜିଲ୍ଲାର ସମସ୍ତ ପ୍ରଶାସନ ଦମକଳ ବାହିନୀ ଠୁ ଆରମ୍ଭ କରି ପୋଲିସ ଓ ଟ୍ରାଫିକ ପୋଲିସ ତିନିଦିନ ଧରି ସହଯୋଗ କରିଥିଲେ

Leave A Reply

Your email address will not be published.