୨୮ ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବିଲାସପୁର ରେଲବାଇ କୁ ହରାଇ ବାପୁଜୀ କ୍ରିକେଟ୍ କ୍ଲବ ଫାଇନାଲ ରେ

0

ଆସନ୍ତା କାଲି ଫାଇନାଲ : ଏମ୍ ଏମ୍ ସି ସି ସମ୍ବଲପୁର ବନାମ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ବି ର ସେମିଫାଇନାଲ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ଵର ଓ ଇଷ୍ଟ ସେଣ୍ଟ୍ରାଲ ରେଳୱେ ବିଲାସପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ବାପୁଜୀ କ୍ରିକେଟ୍ କ୍ଲବ ଟସ୍ ଜିଣି ବ୍ୟାଟିଂ କରିଥିଲେ। ବାପୁଜୀ ଦଳ ବ୍ୟାଟିଂ କରି ୩୫ ଓଭରରେ ୯ ଉଇକେଟ ହରାଇ ୨୭୨ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦେବାଶିଷ ପଟ୍ଟନାୟକ ୫୬(୪୦)ରନ , ଅତୁଲ ଶାବନ ୩୯(୩୧)କରିଥିବା ବେଳେ ସାୟେଦଯକି ୫୪(୪୨)ରନ କରିଥିଲେ। ବିଲାସପୁର ଦଳ ପକ୍ଷରୁ ସିଦ୍ଧାନ୍ତ ମୂଲାଇ ୪ ଟି ୱିକେଟ ନେଇଥିଲେ। ୨୭୨ରନ ର ଲକ୍ଷ୍ୟ ନେଇ ବିଲାସପୁର ଦଳ ୧୭.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୮୦ ରନ ସଂଗ୍ରହ କରି ଶୋଚନୀୟ ଭାବରେ ପରାସ୍ତ ହୋଇଥିଲେ। ବାପୁଜୀ ଦଳ ୧୯୨ ରନ ରେ ବିଜୟୀ ହୋଇଥିଲେ। ବିଲାସପୁର ଦଳ ପକ୍ଷରୁ ସର୍ବାଧିକ ଏସ ସିଂହ ୨୦ ରନ କରିଥିଲେ। ବାପୁଜୀ ଦଳ ପକ୍ଷରୁ ପ୍ରଦୀପ କୁମାର ପ୍ରଧାନ ୫ୱିକେଟ ନେଇଥିଲେ । ଆଜି ର ପୁରସ୍କାର ବିତରଣୀ ଅବସରରେ ଅତିଥି ଭାବରେ ସମୁଏଲ ହୁସେନ, ନରସିଂହ ଅଗ୍ରୱାଲ ଏବଂ ରାଧା ମାଧବ ପାଣିଗ୍ରାହୀ ଯୋଗଦାନ କରି ୫ ୱିକେଟ୍ ନେଇଥିବା ବାପୁଜୀ ଦଳର ପ୍ରଦୀପ କୁମାର ପ୍ରଧାନ ଙ୍କୁ ମେନ ଅଫ ମ୍ୟାଚ୍ ଭାବରେ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ମ୍ୟାଚ କୁ ଆମ୍ପାୟାର୍ ସତ୍ୟବ୍ରତ ମହାପାତ୍ର ଓ ବଳରାମ ପଟ୍ଟନାୟକ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା । ସନ୍ତୋଷ ନାୟାର, କୁମାର ଆନନ୍ଦ, ଏସ.ବି.ସିମରନ, ପ୍ରକାଶ ପାତ୍ର ପ୍ରମୁଖ ଧାରାବିବରଣି ପ୍ରଦାନ କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଏମ୍ ଏମ୍ ସି ସି ସମ୍ବଲପୁର ଓ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.