ଭଞ୍ଜନଗର ରେ ଓ ନିଜ ଜନ୍ମସ୍ଥାନ ରେ ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

0

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}:ଘୁମୁସର ମାଟି ମାଁ ର ମହାନ୍ ବୀର ବିପ୍ଳବୀ ଓ ସ୍ଵାଧୀନତା ସଂଗ୍ରାମୀ ଚକରା ବିଷୋୟୀ ଙ୍କ ୨୦୧ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପ୍ରଥମ ଥର ପାଇଁ ଆଜି ଘୁମୁସର କ୍ଷେତ୍ର ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାନ୍ ବିପ୍ଳବୀ ୧୮୨୩ ମସିହାରେ ପବିତ୍ର ଶାମ୍ବ ଦଶମୀ ରେ ଭଞ୍ଜନଗର ବ୍ଲକ ଅର୍ନ୍ତଗତ ସାନକୋଦଣ୍ଡ ପଞ୍ଚାୟତ ର ବିଞ୍ଜିଗିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହି ମହାନ୍ ବିପ୍ଳବୀ ଙ୍କ ଅବଦାନ ଘୁମୁସର କ୍ଷେତ୍ର ପାଇଁ ଅତୁଳନୀୟ। ବିପ୍ଳବୀ ଚକରା ବିଭିନ୍ନ ପ୍ରକାରର ଯୁଦ୍ଧ ବିଦ୍ୟା କଳାରେ ନିପୁଣ ଥିବାରୁ ସେ ଇଂରେଜୀ ଶାସନ ସମୟରେ, ଅକ୍ଳେଶରେ ଇଂରାଜୀ ସୈନ୍ୟ ବାହୀନି କୁ ଚକମା ଦେଇ ଖସିପଳାଇ ଯାଉଥିଲେ।

ସେହି ମହାନ୍ ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ରାଜ୍ୟସ୍ତରୀୟ ଜନ୍ମଜୟନ୍ତୀ ଉତ୍ସବ ଅବସରରେ ଆଜି ପବିତ୍ର ଶାମ୍ବ ଦଶମୀ, ଜାନୁଆରୀ ୨୦ ତାରିଖ ୨୦୨୩ ଶନିବାର ଦିନ ୯:୩୦ ମିନିଟ୍ ସମୟରେ ଭଞ୍ଜନଗର ସହରରେ ଥିବା ବୀର ବିପ୍ଳବୀ ଚକରା ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ପ୍ରଥମେ ଚକରା ବିଷୋୟୀ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ପରେ ସେଠାରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ଶ୍ରୀ ଅନିଲ୍ କୁମାର ସେଠୀ, ଜିଲ୍ଲା ସୁରନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀ ରବିନାରାୟଣ ବେହେରା, ସ୍ଥାନୀୟ ଉପଖଣ୍ଡ ସ୍ତରୀୟ ସୁଚନା ଲୋକସମ୍ପର୍କ ବିଭାଗର ଅଧିକାରୀ ଶ୍ରୀ ଗୌରୀଶଙ୍କର ଶତପଥୀ, ଵିଜ୍ଞାପିତ ଅଞ୍ଚଳ ପରିଷଦ ର ଶ୍ରୀ ଆଶୁତୋଷ ଗୌରବ କର, ସ୍ଥାନୀୟ ନଗର ପାଳ, ଉପ ନଗରପାଳ, ସମାଜ ସେବୀ ଶ୍ରୀ ଶୂଳପାଣି ସତପଥି, ପଞ୍ଚାନନ ପାଳ, ଜଗଦୀଶ ପାଣିଗ୍ରାହୀ, ସମେତ ଅନେକ ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତିମାନଙ୍କ ସହିତ ଅନେକ ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରିଥିଲେ। ଏହା ସହିତ ମାନ୍ୟବର ମନ୍ତ୍ରୀ ମହାନ୍ ବିପ୍ଳବୀ ଚକରା ଙ୍କ ସ୍ମୁତି ଚାରଣ କରିଥିବାବେଳେ ସଂଧ୍ୟା ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏକ ନାଟକ ” ମୁଁ ଚକରା କହୁଛି” ପରିବେଷଣ ହେବା ସହିତ ଏଥି ନିମିତ୍ତ ପୂର୍ବ ରୁ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ର କାର୍ଯ୍ୟକ୍ରମ ଥିବା ସୁଚନା ଦିଆଯାଇଥିଲା।
ଅପରପକ୍ଷରେ ମହାନ୍ ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ନିଜ ଜନ୍ମ ସ୍ଥାନ ବିଞ୍ଜିଗିରି ଗ୍ରାମରେ ” ବୀର ବିପ୍ଳବୀ ଚକରା ବିଷୋୟୀ ସ୍ମୃତିରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ” ତରଫରୁ ନିରାଡ଼ମ୍ବର ସହକାରେ ପାଳିତ ହୋଇଛି ଜନ୍ମ ଜୟନ୍ତୀ। ଗ୍ରାମରେ ଥିବା ଚକରା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ, ଦୀପଦାନ ସହିତ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ନଦିଆ କୀର୍ତନ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା। ମହାନ୍ ବୀର ବିପ୍ଳବୀ ଙ୍କ ଜନ୍ମଭୂମି ଵା ଅବହେଳିତ ଗ୍ରାମ ବିଞ୍ଜିଗିରି ରେ କୌଣସି ପ୍ରଶାସନିକ ଅଧିକାରୀ ନ ଆସିବା ଓ ପ୍ରଶାସନିକ କ୍ଷେତ୍ରରେ କୌଣସି କାର୍ଯ୍ୟକ୍ରମ ନହେବା ଦ୍ଵାରା ଗ୍ରାମବାସୀ ଅତ୍ୟନ୍ତ କ୍ଷୋଭ ଓ ଦୁଃଖ ପ୍ରକାଶ କରିଥିଲେ। ଏଥିରେ ଉକ୍ତ ଅନୁଷ୍ଠାନ ର ଅଵାହକ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଧବଳେଶ୍ବର ଦଳ ବେହେରା, ରାଜେନ୍ଦ୍ର କୁମାର ଗୌଡ଼, ହୃଷୀକେଶ ପ୍ରଧାନ, ଗୌରହରି ଗୌଡ଼, ପୁର୍ଣ୍ଣଚନ୍ଦ୍ର ଗୌଡ଼, ସୁକାନ୍ତ କୁମାର ଦିଗାଲ୍, ନାରାୟଣ ପାତ୍ର ସମେତ ବୀର ବିପ୍ଳବୀ ଙ୍କ ଦାୟାଦ୍ ପୁର୍ଣ୍ଣଚନ୍ଦ୍ର ବିଷୋୟୀ, ଅବନୀ ବିଷୋୟୀ, ବାବୁଲା ବିଷୋୟୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଏହି ” ବୀର ବିପ୍ଳବୀ ଚକରା ବିଷୋୟୀ ସ୍ମୃତିରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ” ଦ୍ଵାରା ୨୦୧୮ ମସିହା ରେ ରାଜ୍ୟ ସରକାର ସହାୟତା ରେ ନିଜ ଜନ୍ମସ୍ଥାନ ରୁ ମାଟି ସଂଗ୍ରହ ହୋଇ ରାଜଧାନୀରେ ବୀର ବିପ୍ଳବୀ ସ୍ମୁତି ସ୍ତମ୍ବ ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା।

Leave A Reply

Your email address will not be published.