ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଆରଡ଼ା ପଞ୍ଚାୟତ ମହୁଲିଆ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ୧୧୨ ବର୍ଷ ବୟସରେ ନିଜ ବାସ ଭବନରେ ମୃତ୍ୟୁ ଘଟିଛି।ତାଙ୍କର ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ସରପଞ୍ଚ ଶାରଦା ଦୋରା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଶୋକ ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ରାଉତ ୧୯୧୨ ମସିହା ଜାନୁଆରୀ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିବାବେଳେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ କାରାବରଣ ସହିଥିଲେ।ଅନ୍ୟପକ୍ଷେ ଜଣେ ସମାଜସେବୀ ଓ ଆରଡ଼ା ଆର୍ଯ୍ୟ ସମାଜର ପୃଷ୍ଠପୋଷକ ଭାବରେ ସ୍ୱତନ୍ତ୍ର ପରିଚୟ ରହିଥିଲେ।ଠିକ ସେହିପରି ନିଜ ଜୀବନକାଳ ମଧ୍ୟରେ ଅବିଭକ୍ତ ନନ୍ଦିଘର ପଞ୍ଚାୟତର ନାଏବ ସରପଞ୍ଚରୂପେ କାର୍ଯ୍ୟ ମଧ୍ୟ ତୁଲାଇଥିଲେ।ବର୍ତ୍ତମାନ ତାଙ୍କର ୫ ପୁଅ ଓ ୨ ଝିଅ ରହିଥିବାବେଳେ ଶୁକ୍ରବାର ୧୨ ଘଟିକା ୬ ମିନିଟ ସମୟରେ ଦେହତ୍ୟାଗ କରିଥିଲେ।ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିବା ହେତୁ ସେ ରାଜ୍ୟ ସରକାରଙ୍କ ତରଫରୁ ମାସିକ ୧୨ ହଜାର ୮୦୦ ଟଙ୍କା ଭତ୍ତା ମଧ୍ୟ ପାଉଥିଲେ। ତାଙ୍କର ସମସାମୟିକ କେନ୍ଦୁପଲ୍ଲୀ ଗ୍ରାମର ଦାମୋଦର ବେହେରା ଓ ଗୌଡ଼ପୁଟ ଗ୍ରାମର ବିରଭଦ୍ର ଆଚାରୀ ଥିଲେ। ଜୀବନର ଅନ୍ତିମ ଅବସ୍ଥାରେ ଶ୍ରୀ ରାଉତଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ନ ଥିବା ଜଣାଯାଏ।ତାଙ୍କର ନିଧନ ସମଗ୍ର ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.