“ନୂଆ ଓ -ଓଡିଆ ” ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୯/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧୬ ତାରିଖରୁ ଚାଲି ଆସିଥିବା ” ନୂଆ – ଓ ଓଡିଆ” ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ର ଆୟୋଜନ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ପରିପ୍ରେକ୍ଷୀରେ ଗତ ୧୬ ତାରିଖରୁ ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଆ ହସ୍ତାକ୍ଷର, କୁଇଜ୍, ସୃତ ଲିଖନ, ସଙ୍ଗୀତ, ଗଳ୍ପ ଲିଖନ, କବିତା ଲିଖନ, ପ୍ରବନ୍ଧ ଲିଖନ, କବିତା ପାଠ, ଓଡ଼ିଆ ବ୍ୟାକରଣ ଇତ୍ୟାଦି ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହ ଜଗନ୍ନାଥ ସଂସ୍କୃତି ଆଧାରିତ ଚଳଚ୍ଚିତ୍ର ଏଲ ଇ ଡି ମାଧ୍ୟମରେ ପ୍ରଦର୍ଶନ ହୋଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା କିରଣମାଳା ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକା ଜେମାମଣି ବିଶୋଇ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ଵାଳ,ସାହିତ୍ୟିକ କେଦାର ପଟ୍ଟନାୟକ, ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାଶ ପ୍ରମୁଖ ମଞ୍ଚାଷିନ ଥିଲେ । ଅତିଥି ମାନେ ପାଠପଢା ସହ କ୍ରୀଡା,ସାହିତ୍ୟ,ସାମାଜିକ କୌଶଳ ବିକାଶ ରେ ପାରଦର୍ଶିତା ଲାଭ କରିବା ସହ ଆତ୍ମ ନିର୍ଭରଶୀଳ ହେବାକୁ କହିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ସନାତନ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋଇ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ବିବେକ ଭୋଇ, ଶିକ୍ଷକ ମହେଶ୍ୱର ନାଥ, ଶିକ୍ଷୟତ୍ରୀ ସୌମିତ୍ର ଚକ୍ରବର୍ତ୍ତୀ, ସୁନାମଣି ପୂଜାରୀ, ରଶ୍ମିରଞ୍ଜତା ନାୟକ, ବିନିତା ଠାକୁର, ସୁଦେଶ୍ଚ୍ନା ଜ୍ୟୋତି, ରଶ୍ମିରାଣି ପଣ୍ଡା, କଳ୍ପନା ଉଥାନ ସିଂ, ଶୀତଳ ଷଡଙ୍ଗୀ, ସୁପ୍ରିୟା ମହାଙ୍କୁଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.